• Sun. Aug 2nd, 2026

ପବିତ୍ର ମୋହନ ପ୍ରଧାନ ଭାରତ ରତ୍ନ କେ ଦାବିଦାର ପୁସ୍ତକ ଲୋକାର୍ପଣ l

ByDaman TV Live

Jul 28, 2026

ଅନୁଗୋଳ ଜିଲ୍ଲା କଣିହାଁ କୋଇଲା କ୍ଷେତ୍ର କାର୍ଯ୍ୟାଳୟରେ ଦୁଇଟି ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ଇଂ. ତଥା ମହାପ୍ରବନ୍ଧକ ଦିନେଶ କୁମାର ମାଳିଙ୍କ “ପବିତ୍ର ମୋହନ ପ୍ରଧାନ: ଭାରତ ରତ୍ନ କେ ଦାବିଦାର” ଏବଂ ଶିକ୍ଷାବିତ ସୁଧାକର ସାହୁଙ୍କ “ଜ୍ଞାନାମୃତ” ପୁସ୍ତକ ଉନ୍ମୋଚିତ ହୋଇଛି।ମହାପ୍ରବନ୍ଧକ ନରେଶ ସିଂହ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଫେସର ଶାନ୍ତନୁ କୁମାର ସର ଓ ପ୍ରଫେସର ବିଶ୍ୱରଞ୍ଜନ ପ୍ରଧାନ ଯୋଗଦେଇ ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ। ବକ୍ତାମାନେ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସର୍ବସ୍ତରରୁ ଦାବି ଉଠିବା ଉଚିତ ବୋଲି କହିଥିଲେ। ଅନ୍ୟ ବକ୍ତାମାନେ ଇଂ. ଦିନେଶ କୁମାର ମାଳିଙ୍କ ସାହିତ୍ୟ ସାଧନାକୁ ପ୍ରଶଂସା କରିଥିଲେ।

Oplus_16908288

Leave a Reply

Your email address will not be published. Required fields are marked *