• Sun. Apr 19th, 2026

ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ l

ByDaman TV Live

Mar 16, 2026


ତାଳଚେର, ତା. ୧୬/୦୩/୨୦୨୬ -ଉତ୍କଳ ଦିବସ ଉତ୍ସବକୁ ତାଳଚେର ଉପଖଣ୍ଡରେ ସୁସଂଗଠିତ ଓ ସଫଳ ଭାବେ ପାଳନ କରିବା ନିମନ୍ତେ ଆଜି ଅପରାହ୍ନ ୪ଟା ସମୟରେ ଏକ ପ୍ରସ୍ତୁତିମୂଳକ ବୈଠକ ସହକାରୀ ଉପଜିଲ୍ଲାପାଳ ଶ୍ରୀ ଡାନିଏଲ ଏକ୍କାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉତ୍କଳ ଦିବସ ପାଳନ ସମ୍ପର୍କରେ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ୦୧ ଏପ୍ରିଲ ତାରିଖରେ ତାଳଚେରରେ ଉତ୍କଳ ଦିବସ ଅବସରରେ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହେଲା ।
ଶୋଭାଯାତ୍ରାରେ ତାଳଚେର ଉପଖଣ୍ଡର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ସ୍କୁଲରୁ ତିନି ଜଣ କରି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।
କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପାଳନ କରିବା ପାଇଁ ପୋଲିସ, ଅଗ୍ନିଶମ, ଚିକିତ୍ସା ଓ ଅନ୍ୟାନ୍ୟ ବିଭାଗକୁ ଆବଶ୍ୟକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ବିଭାଗ ଓ ଅନୁଷ୍ଠାନମାନଙ୍କ ସହଯୋଗରେ ଉତ୍କଳ ଦିବସକୁ ଗୌରବମୟ ଭାବରେ ପାଳନ କରିବାକୁ ଆହ୍ୱାନ ଜଣାଇଥିଲା। ଏହି ବୈଠକରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ଶତପଥୀ, ଉପଖଣ୍ଡ ଚିକିତ୍ସ ଅଧିକାରୀ ଡା. ଗଙ୍ଗାଧର ବେହେରା, , ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖଗେଶ୍ୱର ବେହେରା, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାଳନ୍ଦୀ ସାହୁ,ଶ୍ରୀ ରାକେଶ ସେଠୀ ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀମାନେ ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

?>