• Sat. Jun 13th, 2026

ମମତା ଆଗରେ ସବୁ ତୁଛ l

ByDaman TV Live

May 1, 2026

ଜବଲପୁର,: ମଧ୍ୟପ୍ରଦେଶର ବରଗୀ ବନ୍ଧ ନିକଟରେ ଗୁରୁବାର ଘଟିଥିବା ଏକ ଭୟଙ୍କର ନୌକା ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପ୍ରବଳ ପବନ ଓ ଝଡ଼ ଯୋଗୁଁ ଏକ ପର୍ଯ୍ୟଟକ ନୌକା ନର୍ମଦା ନଦୀରେ ବୁଡ଼ିଯିବା ଫଳରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ଜଣ ନିଖୋଜ ଅଛନ୍ତି। ଆଜି ସକାଳେ ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କର ଚାରି ବର୍ଷର ପୁଅର ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁ ପୂର୍ବରୁ ମା’ ଜଣକ ନିଜ ପୁଅକୁ ବଞ୍ଚାଇବା ପାଇଁ ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ଶବ ମିଳିବା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।

Leave a Reply

Your email address will not be published. Required fields are marked *