• Sat. Jun 13th, 2026

ଭାଗ ବଣ୍ଟାରୁ ହତ୍ୟା କାଣ୍ଡ ଦୁଇ ଅଭିଯୁକ୍ତ ଗିରଫ, ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ର ଛାନ୍‌ଭିନ୍‌

ByDaman TV Live

Apr 26, 2026

କଣିହାଁ,୨୫ ।୪:କଣିହାଁ ଥାନା ଅନ୍ତର୍ଗତ ଏନଟିପିସି ଆଶ ପାଇପ୍ ଲାଇନ୍ ମଝିରେ ପୋଡାଜଳା ଅବସ୍ଥାରେ ଗତ ୧୭ତାରିଖରେ ମଶୁଣିହତା ଗ୍ରାମର ବାରୁ ବେହେରା(୩୮) ଗଳିତ ଶବ ପୋଲିସ ଜବତ କରିଥିଲା । ଏନେଇ ସେଦିନ ମୃତକଙ୍କ ଭାଇ ପ୍ରଶାନ୍ତ ବେହେରା(୩୫) ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଅନୁସନ୍ଧାନକାରୀ ଦଳ ର ସହାୟତା ନେଇଥିଲା ପୋଲିସ୍ । ମୃତକ ର ବ୍ୟବଛେଦ, ପାରିପାର୍ଶିକ ସ୍ଥିତି, ତଦନ୍ତ ରିପୋଟ୍ କୁ ନେଇ ଏହା ସୁପରିକଳ୍ପିତ, ଯୋଜନାବନ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ୍ ଜାଣିଥିଲା । ୧୮ତାରିଖ ଦିନ ମୃତକଙ୍କ ଜଣେ ସହଯୋଗୀକୁ ପୋଲିସ୍ ଉଠାଇ ଆଣି ଛାନ୍ ଭିନ୍ ଚଳାଇଥିଲା । ସହଯୋଗୀ ଜଣକ ଠାରୁ ସେହିଦିନ କୈାଣସି ତଥ୍ୟ ପୋଲିସ୍ ପାଇନଥିବା ବେଳେ ଏହି ଘଟଣାରେ ସଂପୃକ୍ତି ନେଇ ପୋଲିସ୍ ସନ୍ଦେହ କରିଥିଲା  । ଥାନାରୁ ଛାଡିଦେବା ପରେ ତାର ଗତିବିଧି ଉପରେ ପୋଲିସ୍ କଡା ନଜର୍ ରଖିଥିଲା । ଦୁଇଦିନ ପରେ ପୋଲିସ୍ ଉକ୍ତ ସହଯୋଗୀ ରହୁଥିବା ଟାକୁଆ ଘରେ ଅଚାନକ ଚଢାଉ କରିଥିଲା । କିନ୍ତୁ ସେଦିନ ଘରେ ନଥିବା ପୋଲିସ୍ ଜାଣିଥିଲା । ଆଜି ପୋଲିସ୍ ଏହି ହତ୍ୟା ଘଟଣାରେ ପରଜଙ୍ଗ ଥାନା ସରକିସରପାଳ ଗାଁର ସନନ୍ତ କୁମାର ନାଏକ(୨୬) ଓ ବଇଣ୍ଡା ଗାଁର ରୁଦ୍ର ଦେହୁରୀ(୨୭)କୁ ଗିରଫ କରିଛି । ଅଭିଯୁକ୍ତ ସନନ୍ତ ନିଜ ଶଶୁର ଘର କଣିହାଁ ଥାନା ଟାକୁଆରେ ରହିଆସୁଥିଲା । ଅଭିଯୁକ୍ତ ଦୁଇଜଣକୁ ଆଜି ସକାଳ ବେଳା ପୋଲିସ୍ କୋର୍ଟଚାଲାଣ କରିଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ୍ ଥିବା ନେଇ ପୋଲିସ୍ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତ ଫେରାର୍ ଥିବା ବେଳେ ତଦନ୍ତରେ ବାଧା ଉପୁଜିବା ନେଇ ପୋଲିସ୍ ଫେରାର୍ ଅଭିଯୁକ୍ତ ନାମ ଗୋପନ ରଖାଯାଇଥିବା ଥାନା ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଅଭିଯୁକ୍ତ ସନନ୍ତ ଗତକାଲି ଏନଟିପିସି ବସ୍ ଷ୍ଟାଣ୍ଡରେ ଅନ୍ୟତ୍ର ଫେରାର୍ ହେବା ନେଇ ପୋଲିସ୍ କୁ ସୂଚନା ମିଳିଥିଲା । ଏହାପରେ ପୋଲିସ୍ କୁ ଦେଖି ବସ୍ ରୁ ଓହ୍ଲାଇ ଦୈାଡିଥିଲା । ପ୍ରାୟ ଏକ କିମି ପୋଲିସ୍ ଗୋଡାଇ ସନନ୍ତ କୁ ଧରିଥିଲା । ସନନ୍ତ ଥାନାକୁ ଆଣିବା ପରେ ଅଭିଯୁକ୍ତ ରୁଦ୍ର କୁ ଉଠାଇ ଆଣି ଥାନାରେ ଦିନ ତମାମ୍ ଜେରା ଚଳାଇଥିଲା । ଜେରା ବେଳେ ସବୁ କଥା ଅଭିଯୁକ୍ତ ମାନେ ପୋଲିସି ପାଖରେ ସମସ୍ତ ଘଟଣା ଉଗାଳିଥିଲେ । ପ୍ରକାଶଥାଉକି, ମୃତକ ଓ ଅଭିଯୁକ୍ତ ମାନେ ରାତିରେ ପରିବହନ ହେଉଥିବା ଆଶ୍‌, କୋଇଲା ଟ୍ରକ୍ ରୁ ଚାନ୍ଦା ଆଦାୟ କରିଥାନ୍ତି । ମୃତକ ଜଣକ ପାଖରେ ୫ଶହ ଆଦାୟ ଟଙ୍କା ଗଛିତ ଥିଲା ।ସେହି ଟଙ୍କାକୁ ଭାଗବଣ୍ଟା କରିବା ପାଇଁ ମୃତକ ବାରୁ ଅନ୍ୟ ମାନଙ୍କୁ ଧରାଛୁଆଁ ଦେଉନଥିଲା । ଫଲରେ ବାରୁ କୁ ପାନେ ଦେବା ପାଇଁ ସେମାନେ ଯୋଜନା କରିଥିଲେ । ଗତ ୯ତାରିଖ ଦିନ କଣିହାଁରେ ଦଣ୍ଡ ନୃତ୍ୟ ହେଉଥିଲା । ସେହିଦିନ ମଦ୍ୟପ ଅବସ୍ଥାରେ ବାରୁ କଣିହାଁ ବସ୍ ଷ୍ଟାଣ୍ଡ୍‌ରେ ଶୋଇଥିଲା । ବାରୁକୁ ଦୁଇଜଣ ଅଭିଯୁକ୍ତ ବାଇକ୍ ରେ ବସାଇ ପ୍ରାୟ ୫ଶହ ମିଟର ଦ୍ୱରତ୍ୱ ରାସ୍ତା ପଟାଖମଣ ବ୍ରିଜ୍ ଅଭିମୁଖେ ନେଇଥିଲେ । ସେତେବେଳକୁ ରାତି ସାଢେ ୧୧ଟା ହୋଇଥିଲା । ବ୍ରିଜ୍ ତଳେ ଥିବା ଅସ୍ଥାୟୀ କଂକ୍ରିଟ୍ ରାସ୍ତା(ପୁରୁଣା ) ନେଇ ବାରୁ ର ତଣ୍ଟି ଚିପି ମାରିଦେଲେ । ହତ୍ୟା ପରେ ଉକ୍ତ ପାଉଁସ୍ ପାଇପ ଲାଇନ୍ ମଝିରେ ପକାଇ ଦେଲେ । ପୁଣି ହତ୍ୟାର ୪-୫ଦିନ ପରେ ଶବକୁ ଦେଖିବା ପାଇଁ ଅଭିଯୁକ୍ତ ମାନେ ପାଇପ୍ ଲାଇନ୍ ରେ ପହଁଚି ଥିଲେ । ଏକ ପ୍ଲାଷ୍ଟିକ୍ ବୋତଲରେ ବାଇକ୍ ରୁ ପେଟ୍ରୋଲ୍ ବାହାର କରି ସେଦିନ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ପୋଡିଦେଇଥିଲେ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ଥାଇ ଫେରାର୍ ଥିବା ପୋଲିସି ତଦନ୍ତରୁ ଜାଣିବାକୁ ପାଇଛି ।

Oplus_16908288

Leave a Reply

Your email address will not be published. Required fields are marked *