ତାଳଚେର ୫/୯, ତାଳଚେର ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ପକ୍ଷରୁ ଆଜି ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ୨୨ତମ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନ ର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଡ.ଉପେନ୍ଦ୍ର ପରିଡା ସଭାପତିତ୍ବ କରିଥିଲାବେଳେ ସାଧରଣ ସମ୍ପାଦକ ଇଁ. ରମେଶ ଚନ୍ଦ୍ର ବେହେରା ଅତିଥି ପରିଚୟ କରିବା ସହ ଆଜି କାର୍ଯକ୍ରମ ର ଉଦ୍ଦେଶ୍ୟ ସଂମ୍ପର୍କରେ ପ୍ରକାଶ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ଅବସରପ୍ରାପ୍ତ ଅଧକ୍ଷ ସରୋଜ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ମୂଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା (IAS) ଯୋଗ ଦେଇ ଅନୁଷ୍ଠାନ ପକ୍ଷରୁ ଏହି ସୁନ୍ଦର କାର୍ଯକ୍ରମ ଦିର୍ଘ୍ୟ ୨୨ବର୍ଷ ଧରି ଚାଲି ଆସିଥିବା କାରଣରୁ ଆୟୋଜକ ତଥା ଅନୁଷ୍ଠାନ କୁ ଧନ୍ୟବାଦ୍ ଦେଇଥିଲେ। ଏଵଂ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ପରି ମହତ କାର୍ଯ୍ୟ ଏହି ଅନୁଷ୍ଠାନ ପକ୍ଷରୁ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରା ଯାଉଥିବା ରୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଜେନା ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ଏସ ଡି ପି ଓ ଭରତ ଚନ୍ଦ୍ର ସାହୁ ଯୋଗ ଦେଇ ଅନୁଷ୍ଠାନ ପୂଜ୍ୟ ପୂଜା ର ପରମ୍ପରାକୁ ବଜାୟ ରଖିଥିବା ରୁ ଏଵଂ ଏହା ଅତି ଆଡମ୍ବର ସହକାରେ ହେଉଥିବା ଦେଖି ଖୁସି ପ୍ରକଟ କରି ଗୁରୁ ଛାତ୍ର ପରମ୍ପରା ମହାନ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇ ଅନୁଷ୍ଠାନ ସହିତ ଜଡିତ ହେବାପାଇଁ ଆହ୍ବାନ କରିଥିଲେ। ଏଵଂ ଜେଉଁ ମହତ ଆକାଂକ୍ଷା ନେଇ ଏହି ଅନୁଷ୍ଠାନ ଆଗକୁ ବଢୁଛି ତାହା ର ସଫଳ ରୂପାୟନ ଧୀରେ ଧୀରେ ଅଗ୍ରସର ହେଉଥିବା ସହ ଆଗକୁ ଏହା ଆହୁରି ଅଧିକ ଲୋକାଭିମୁଖୀ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ତାଳଚେର ପୌର ପରିଷଦ ର ନଗରପାଳ ପବିତ୍ର ଭୂତିଆ,ଅନୁଗୁଳ ସଂଯୁକ୍ତ ବ୍ୟାଙ୍କ୍ ସଭାପତି ସନ୍ତୋଷ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ରଂଜନ ସାହୁ, ରିତାରାଣୀ ଦାସ , ଗୋପାଳ ନାଏକ ପ୍ରମୁଖ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ଥିବା ନିମନ୍ତ୍ରିତ ଗୁରୁ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ କରାଯାଇଥିବା ବେଳେ, ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ପ୍ରାଥମିକ, ହାଇସ୍କୁଲ ଓ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା ଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇ ଥିଲା। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ, ମାତୃଭାଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ,ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଅନୁଷ୍ଠାନକୁ “ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଆଗେଇବା ଖବର କାଗଜ ର ପରିଚାଳନା ସମ୍ପାଦକ ଗଦାଧର ସାହୁ ଧନ୍ୟବାଦ୍ ଦେଇଥିଲେ।ଶେଷରେ ରେଶ୍ମା ଦ୍ୟାନ୍ସ ଗ୍ରୁପ ର କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ଓ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସଙ୍ଗୀତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Oplus_16908288 