• Tue. Nov 11th, 2025

କଂଗ୍ରେସ ନେତା ଓ ଛାତ୍ରଛାତ୍ରୀ ଙ୍କ ତରଫରୁ ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି l

ByDaman TV

Jul 25, 2025
Spread the love

ମୟୂରଭଂଜ ଜିଲା ରାଇରଙ୍ଗପୁର ଠାରେ ସକାଳେ କଂଗ୍ରେସ ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ ଓ ୟୁବ ନେତା ରୂପକ କୂମାର ମହାନ୍ତି ଙ୍କର ନେତୃତ୍ୱ ରେ ଟେକ୍ନୋ ୱାର୍ଲଡ ମହାବିଦ୍ୟାଳୟ ରେ ଛାତ୍ର-ଛାତ୍ରୀଙ୍କ ଗହଣରେ ଭଉଣୀ ସ୍ବର୍ଗତଃ ସୌମ୍ୟାଶ୍ରୀ ବିଶି ଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ସେହିପରି ସନ୍ଧ୍ୟାରେ ରାଇରଙ୍ଗପୁର ପୌରପାଳିକାର ଦୂର୍ଗା ମଣ୍ଡପ ଠାରେ ମଧ୍ୟ ଭଜହରି ମହାନ୍ତଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ, ଶ୍ୟାମ ଚରଣ ହାଂସଦା ଓ ପ୍ରହ୍ଲାଦ ପୂର୍ତ୍ତି ଏବଂ ନିବେଦିତା ପାଲ ଓ ବହୁ ସଂଖ୍ୟାରେ ମହିଳା ଓ ବାଲିକା ମାନଙ୍କର ଗହଣରେ ଆମରି ଭଉଣୀ ସ୍ବର୍ଗତଃ ସୌମ୍ଯା ବିଶି ଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ତାଙ୍କରି ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ପାଖରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ ।
ସେହିପରି ସନ୍ଧ୍ୟା ସମୟରେ ରାଇରଙ୍ଗପୁର ୟୂବନେତା ରୁପକ କୁମାର ମହାନ୍ତି ଙ୍କର ନେତୣତ୍ବରେ ପୂର୍ବତନ ବିଧାୟକ ମାନଙ୍କର ଉପସ୍ତିତି ରେ ଶତାଧିକ ଆଦିବାସୀ ମହିଳା ପୂରୂଷ ଗହଣରେ ବାଲେଶ୍ୱର ଏଫ ଏମ କଳେଜ ଛାତ୍ରୀ ସ୍ବର୍ଗତଃ ସୌମ୍ୟାଶ୍ରୀ ବିଶିଙ୍କର ଆତ୍ମା ଶାନ୍ତି ନିମନ୍ନ୍ତେ ଶତାଧିକ ଦୀପ ଜାଲି ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *