• Tue. Nov 11th, 2025

ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ କୋଇଲା ପରିବହନସମସ୍ୟା ନେଇ ଉପଜିଲ୍ଲାାଳ ଙ୍କୁ ଭେଟି ଦେଲେ ଦାବିପତ୍ର ।

ByDaman TV

Jul 24, 2025
Spread the love


ତାଳଚେର ତାଳଚେର ଟ୍ରକ୍ ମାଲିକ ସଂଘ ର ସଭାପତି ଅରବିନ୍ଦ ଭୁତିଆ ଙ୍କ ନେତୃତ୍ଵରେ ସ୍ଥାନୀୟ ଟ୍ରକ ମାଲିକ ମାନେ ଆଜି ଟ୍ରକ ଯୋଗେ କୋଇଲା ପରିବହନ କୁ ନେଇ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତାଳଚେର ଉପଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦାବୀପତ୍ର ମାଧ୍ୟମ ରେ ଅବଗତ କରାଇବା ସହିତ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସୌଭାଗ୍ୟକ୍ରମେ ଆଜି ତାଳଚେରକୁ ଅନୁଗୁଳ ଜିଲ୍ଲାପାଳ ଆସିଥିବାରୁ ସେ ମଧ୍ୟ ଏହି ବିଷୟ ପ୍ରତି ଧ୍ୟାନ ଦେବା ପାଇଁ ଟ୍ରକ ମାଲିକ ଙ୍କ ପକ୍ଷରୁ ନିବେଦନ କରିଛନ୍ତି ।ଏବଂ କିପରି ଭାବରେ ବିଗତ ୬/ ୭ ମାସ ହେଲା ୱାଗନ ଯୋଗେ ଅଧିକ ରୁ ଅଧିକ କୋଇଲା ପରିବହନ ଯୋଗୁଁ ଆଜି ତାଳଚେର ଟ୍ରକ ମାଲିକ ମାନେ ନିଜର ଟ୍ରକ ବ୍ୟବସାୟ କୁ ହରେଇ ବସିଛନ୍ତି । ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ କରାଇବା ସହିତ ଟ୍ରକ ମାଲିକମାନଙ୍କ ପେଟ ପାଟଣା ପ୍ରତି ନଜର ଦେବାକୁ କହିଥିଲେ । ଅପର ପକ୍ଷରେ ବର୍ତ୍ତମାନ ସମୟ ରେ ୧୪୯/୫୩ ଜାତୀୟ ରାଜପଥ ଅତି ମାତ୍ରା ରେ ଭାଙ୍ଗି ରୋଜି ଖାଲ ଖମଣ ହୋଇ ଯାଇଥିବାରୁ ୫ ଦିନରେ ଗୋଟିଏ ଟ୍ରିପ ମଧ୍ୟ କୋଇଲା ପରିବହନ କରିପାରୁ ନାହିଁ । ତେଣୁ ରାସ୍ତା ସମସ୍ୟା ଓ ୱାଗନ ରେ କୋଇଲା ପରିବହନ କୁ ନେଇ ହେଉଥିବା କ୍ଷତି କୁ ନେଇ ଟ୍ରକ୍ ମାଲିକ ମାନେ ବହୁତ ଦୁଃଖ କଷ୍ଟ ରେ ଜିବନ ଯାପନ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଗାଡ଼ିର ମରାମତି ଦୁରେଥାଉ ନିଜ ପରିବାର ପ୍ରତିପୋଷଣ କରିବା ମଧ୍ୟ ଆଉ ସମ୍ଭବ ନୁହେଁ। ତେଣୁ ଏପରି ହେବା ଦ୍ଵାରା ତାଳଚେର ୪ ରୁ ୫ ହଜାର ଟ୍ରକ ମାଲିକ ଙ୍କ ପରିବାର ପ୍ରଭାବିତ ହେବା ସହ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ନିର୍ଭର କରୁଥିବା ପ୍ରାୟ ୫୦୦୦୦ ପରିବାର ଙ୍କ ଦାନା ପାଣି ରୁ ବଞ୍ଚିତ ହେବାକୁ ବସିଲାଣି । ଏହାକୁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତର ସହିତ ବିଚାର କରିବାକୁ ଏହି ଦାବୀ ପତ୍ର ରେ ଉଲ୍ଲେଖ ରହିଥିବା ସହ ସମସ୍ୟାର ତୁରିତ୍ ସମାଧାନ ପାଇଁ ଅନୁଗୁଳ ଜିଲାପାଳ ଓ ଉପଜିଲ୍ଲାପାଳ ସମୀର କୁମାର ଜେନା ଙ୍କୁନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *