ଅଦ୍ୟ ତା 15 ଜୁଲାଇ 2025 ରିଖ, ବିଶ୍ୱ ଯୁବ କେନ୍ଦ୍ର, ବଣିନାଳୀ “ଦ୍ୱାରା ଅନୁଗୋଳ ଜିଲ୍ଲାର ବଲାସିଂହା ଗ୍ରାମ ପଞ୍ଚାୟତ ର ବାଲିସାହି ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର-ରବୀନ୍ଦ୍ର ବିଶ୍ୱାଳ, CRP- ବୈଜୟନ୍ତୀ ସାହୁ ,କୌତୁକ ରାଉଳ, ସଖି ର ଜିଲ୍ଲା ସଂଯୋଜିକା ସୁଦୀପ୍ତା ବେହେରା ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ସେମାନଙ୍କୁ ତାଙ୍କ ଅଧିକାର ରୁ ବଞ୍ଚିତ ନକରି ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ନକରିବା ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳି ଏବଂ ଶିଶୁ ଯୌନ ନିର୍ଯ୍ୟାତନା ର ଦଣ୍ଡ ବିଧାନ POCSO (Protection of children from sexual offence)ଆଇନ ବିଷୟ ରେ ଆଲୋଚନା କରିଥିଲେ ଏବଂ ଚାଇଲଡ ହେଲ୍ପ ଲାଇନ ନମ୍ବର 1098, ପୋଲିସ ସହାୟତା ନମ୍ବର 112 ଉପରେ ଅବଗତ କରାଯାଇଥିଲା,ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ପ୍ରେସିଡେଣ୍ଟ ବସନ୍ତ କୁମାର ପ୍ରଧାନ ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ସୋନାଲିସା ଶବର ସଭା ପରିଚାଳନା କରିଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିକି ସଭା ସାଙ୍ଗ କରିଥିଲେ |
Oplus_16777216 