• Tue. Nov 11th, 2025

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା, ଓଡ଼ିଶାର ଦ୍ଵିତୀୟ।

ByDaman TV

Apr 26, 2025
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"370296924034900","type":"premium"}]}}
Spread the love



ଦିର୍ଘଦିନର ବ୍ୟବଧାନ ପରେ ଶିମିଳିପାଳୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ୧୯୮୦ମଶିହାରୁ ଆରମ୍ଭ ହୋଇଥିବା ଏହି ଦିର୍ଘକାଳିନ ପ୍ରସ୍ତାବର ଏବେ ସଫଳ ରୂପାୟନ ହୋଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଅଭୟାରଣ୍ୟ ଦେଶର ୧୦୭ ତମ ଜାତୀୟ ଉଦ୍ୟାନ ଭାବରେ ତାଲିକା ପାଇଥିଲା ବେଳେ ଓଡ଼ିଶାରେ ଦ୍ଵୀତୀୟ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି।ଶିମିଳିପାଳ ଖାଲି ଆମ ରାଜ୍ୟର ନୁହେଁ ସମଗ୍ର ଦେଶରେ ବିଦେଶରେ ମଧ୍ୟ ଜୈବବିଭିଦତା ପାଇଁ ଏହାର ସୁନାମ ଅର୍ଜନ କରିଛି। ଏହା ଦେଶରେ ସର୍ବବୃହତ ଓ ଏସିଆ ମହାଦେଶର ଦିତୀୟ ସର୍ବବୃହତ ସଂରକ୍ଷିତ ଜଙ୍ଗଲ ଭାବରେ ପରିଗଣିତ।ମୟୂରଭଞ୍ଜର ଏହି ସର୍ବବୃହତ ଶିମିଳିପାଳ ଜୈବ ମଣ୍ଡଳ ପାଇଁ ୫୫୬୯ବର୍ଗ କିଲୋମିଟର ସଂରକ୍ଷିତ ରହିଥିଲା ବେଳେ ୨୩୦୬ ବର୍ଗ କିଲୋମିଟର ସଂରକ୍ଷିତ ଅଞ୍ଚଳକୁ ଅଭୟାରଣ୍ୟ ମାନ୍ୟତା ଘୋଷଣା କରିଥିବା ଜଣାପଡିଛି। କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ମୟୂରଭଞ୍ଜରେ ଲୋକଙ୍କ ମନରେ ଖୁସି ଆଣିଦେଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଏହି ନିଷ୍ପତି ଦ୍ବାରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଶିମିଳିପାଳ ବିଶ୍ବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *