ତାଳଚେର ୨୩/୪ତାଳଚେର ଓକିଲ ସଂଘ ପକ୍ଷରୁ ବାର ସଭାପତି ସନ୍ତୋଷ ସାହୁ ଙ୍କ ଅଧ୍ୟକ୍ଷତାରେ ବାର ମଧୁସୂଦନ କକ୍ଷ ଠାରେ ଆଜି ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା । କାରଣ ଗତ ସମୋବାର ୧୧୪୫ ମିନିଟିରେ ତାଳଚେର ର ଲୋକପ୍ରିୟ ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଙ୍କ ସୁଦୂର ରାୟପୁର ର ଏକ ଘୋରଇ ଡାକ୍ତଖାନା ରେ ପରୋଲକ ହୋଇଥଲା , ଏହି ଅବସରରେ ସ୍ବର୍ଗତ ଆତ୍ମାର ସଦ୍ଘତି ନିମନ୍ତେ ତାଳଚେର ବାର ଆସୋସିଏସନ ପକ୍ଷରୁ ଏହି ଶକୋ ସଭା ଆୟୋଜନ କରାଯାଇ ସ୍ବର୍ଗତ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବଙ୍କ ଜୀବନୀ ଆଦର୍ଶ ଉପରେ ଆଲୋକପାତ କରି ଜଣେ ପ୍ରଜା ବତ୍ସଳ ରାଜା ଙ୍କୁ ତାଳଚେର ହରାଇଲା ବୋଲି ଉପସ୍ଥିତ ଆଇନଜୀବୀ ମାନେ ନିଜର ମତାମତ ପ୍ରଦାନ କରିଥିଲେ । ତେବେ ତାଙ୍କର ସ୍ମୃତି ତାଙ୍କୁ ଅମର କରି ରଖିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ସେହିପରି ଗତକାଲି ଜାମୁ କାଶ୍ମୀର ର ପହଲଗାମ କୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରେ ଆତଙ୍କିଙ୍କ ବର୍ବର୍ଚିତ ଆକ୍ରମଣ ରେ ପ୍ରାଣ ହରାଇଥିବା ଓଡ଼ିଶାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀ ଙ୍କ ସମେତ ଅନ୍ୟ ନିହତ ମାନଙ୍କ ନିମନ୍ତେ ଅନୁରୂପ ଭାବେ ତାଳଚେର ବାର ପକ୍ଷରୁ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦ୍ଘତି କାମନା କରାଯାଉଥିଲା ଏଵଂ ଆତଙ୍କିଙ୍କ ଏହି ବର୍ବର୍ଚ୍ଚିତ ଆକ୍ରମଣ କୁ ଭୀରୁତା ର କାର୍ଯ ବୋଲି କହିବା ସହିତ ଏହାକୁ ଦୃଢ଼ ନିନ୍ଦା କରା ଯାଇଥିଲା ଏବଂ ଏହି ଘଡିସନ୍ଧି ମୁହୂର୍ତ୍ତ ରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମୃତାହତ ଙ୍କୁ ସାହାଯ୍ୟ ସହୋଯୋଗ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯକ୍ରମ ରେ ଓକିଲ ସଂଘର ସାଧାରଣ ସମ୍ପାଦକ ମାନସ ବାଇ , ତାଙ୍କ ଶୋକ ବ୍ୟକ୍ତ କରିବା ସହ ଉପସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ଧନ୍ୟବାଦ ଅର୍ପଣ କରିଥିଲେ ଓ ସହ ସମ୍ପାଦକ ମାନସ ରାୟ , ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର, ନିର୍ମଳ ଚନ୍ଦ୍ର ତ୍ରୀପାଠୀ , ନରେଶ ନାୟକ ଙ୍କ ସମେତ ବହୁ ବରିଷ୍ଠ ଆଇନି ଯିବୀ ଉପସ୍ଥିତ ରହି ସ୍ବର୍ଗତ ରାଜାଙ୍କ ସ୍ମୃତି ଚାରଣ କରିବା ସହିତ ଆତଙ୍କି ଙ୍କ ଆକ୍ରମଣ ଙ୍କୁ କଟୁ ସମାଲୋଚନା କରିଥିଲେ ।।
