• Tue. Nov 11th, 2025

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ l

ByDaman TV

Apr 17, 2025
Spread the love

ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ଓ ଉତ୍କଳବୀର ସନ୍ତାନ ବିଜୁ ପଟ୍ଟନାୟକଙ୍କର ୨୮ତମ ତିରୋଧାନ ଦିବସ l ସାରା ଓଡିଶାରେ ବିଜୁ ଜନତା ଦଳର କର୍ମୀମାନେ ମହାଆଡମ୍ବର ଓ ଉର୍ଷଉଲ୍ଲାସରେ ଉକ୍ତ ପୁଣ୍ଯତିଥିକୁ ପାଳନ କରିଥିଲେ l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁରରେ ବିଜୁ ଜନତା ଦଳ ର ନେତୁମଣ୍ଡଳୀୟ ଲୋକୋ ମହାଆନନ୍ଦରେ ୨୮ତମ ତିରୋଧାନ ଦିବସକୁ ପାଳନ କରିଥିଲେ l ସେମାନେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଦୁର୍ଗାମଣ୍ଡପଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସମସ୍ତେ ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ l ଏହାପରେ ବରିଷ୍ଠ କର୍ମକର୍ତ୍ତାଗଣ ତାଙ୍କର ଦିଗଦର୍ଶନ ଓ ଚିନ୍ତାଧାରା ସଂପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ଏହି ବିରାଟ ସମାବେଶରେ କାଶିନାଥ ହେମ୍ବ୍ରମ, ରାଇସେନ ମୁର୍ମୁ, ଗୌରୀ ଶଙ୍କର ଦତ୍ତ, ପ୍ରଭାତ କୁମାର ପଟ୍ଟନାୟକ, ସୂର୍ଯ୍ଯମଣି ହାଁସଦା, ହରେକୁଷ୍ଣ ମଣ୍ଡଳ, ପୁଷ୍ପିତା ମହାନ୍ତ, ପଙ୍କଜ ରାଉତ ଓ ଭଗବତୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ l ଏଥିସହିତ ବହୁସଂଖ୍ଯାରେ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *