• Tue. Nov 11th, 2025

ତାଳଚେର ରେ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ବିଜୁବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳନ ।

ByDaman TV

Apr 17, 2025
Spread the love


ତାଳଚେର , ନୂତନ ଓଡ଼ିଶା ର ନିର୍ମାତା ,ପ୍ରବାଦ ପୁରୁଷ, ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଆଜି ଶ୍ରାଦ୍ଧ ଦିବସ ଅବସରରେ ତାଳଚେର ର ଅଗ୍ରଣି ଅନୁଷ୍ଠାନ ତାଳଚେର ପ୍ରଗତିଶୀଳ ମଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରାଦ୍ଧ ଦିବସ କୁ ପାଳନ କରାଯାଇଛି । ଦେଉଳବେଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନ ର ଆବାହକ ଜ୍ୟୋତିରଂଜନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ର ପୁର୍ବତନ ସାଂସଦ ତଥା ରାଜ୍ୟ ବିଜେଡି ସମନୟ କମିଟିସଦସ୍ୟ ମହେଶ ସାହୁ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ରାଜ୍ୟ ଦେଶ କାହିଁକି ସାରା ବିଶ୍ଵରେ ତାଙ୍କର ଛବି କିପରି ଥିଲା ସେ ବିଷୟରେ ଶ୍ରୀ ସାହୁ ପ୍ରକାଶ କରିଥିଲେ । ପରେ ପରେ ମଞ୍ଚର ସଦସ୍ୟ ମାନେ ତାଳଚେର ନୁଆ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ ଶତାଧିକ ସଦସ୍ୟ ମାନେ ମାଲ୍ୟାର୍ପଣ କରି ୨୦ ନମ୍ବର ୱାର୍ଡ ରେ ଥିବା ତ୍ରିନାଥ କଲୋନୀ , ବାଘୁଆବୋଲ, ଓ ଶର୍ମା ଛକ ରେ ଥିବା ୩ଟି ଅଙ୍ଗନବାଡି କେନ୍ଦ୍ର ର କୋମଳ ମତି ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ , ପାଣି ବୋତଲ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘ ର ନବ ନିର୍ବାଚିତ ସଭାପତି ସନ୍ତୋଷ ସାହୁ , ଆମ ପ୍ରତିଭାଆମପରିଚୟ ସଭାପତି ଇଁ ରମେଶ ଚନ୍ଦ୍ର ବେହେରା , ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର , ନିର୍ମଳ ତ୍ରୀପାଠୀ , ଓକିଲ ସଂଘ ର ଉପସଭାତି ପ୍ରମୋଦ ଚନ୍ଦ୍ର ପ୍ରଧାନ (ଅମୁଲ୍ୟ) , ସର୍ଦାର ରାଜେନ୍ଦ୍ର ସିଙ୍ଗ , ବିଜେଡି ନେତା ଗିରିଶ ଚନ୍ଦ୍ର ଭୂତିଆ , ପଙ୍କଜ ପ୍ରଧାନ ,ସାମ୍ୱାଦିକ ବିରଜା ଶଙ୍କର ମିଶ୍ର , ସାମ୍ୱାଦିକ ଭାଗ୍ୟରଥି ମହାପାତ୍ର , ପ୍ରକାଶ ସାହୁ, ମନୋଜ ମହାପାତ୍ର , ଜିତେନ୍ଦ୍ର ମହାପାତ୍ର , କୁଶ ବିହାରୀ ସାମଲ , କୃଷ୍ଣ ଚନ୍ଦ୍ର ରଥ , କାଳନ୍ଦୀ ସାମଲ , ଶୋଭାଗିନି ଦେଵୀ , ରାଜୀବ ରାଉତ ,ଓ ତାଳଚେର ପ୍ରଗତିଶୀଳ ମଞ୍ଚ ସଂଯୋଜକ ସାମ୍ୱାଦିକ ତପନ କୁମାର ମହାରଣା ପ୍ରମୁଖଙ୍କ ସମେତ ବହୁ ପୁରାତନ ବିଜୁଜନତା ଦଳର କର୍ମୀ ଓ ବିଜୁ ପ୍ରେମୀ ମାନେ ଯୋଗ ଦେଇ କାର୍ଯକ୍ରମ କୁ ସଫଳ କରିଥିଲେ । ଆଗମୀ ଦିନରେ ଏହି ମଞ୍ଚ ସହରର ବିଭିନ୍ନ ସମସ୍ୟା ସମ୍ପର୍କିତ କାର୍ଯକ୍ରମ ହାତକୁ ନେଇ ତାଳଚେର ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ମଞ୍ଚର ଆବାହକ ଜ୍ୟୋତି ରଞ୍ଜନ ଦାସ ସୁଚନା ଦେଇଛନ୍ତି ।।

Leave a Reply

Your email address will not be published. Required fields are marked *