ତାଳଚେର :ତା 14/04: ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବି ଆର ଆମ୍ବେଦକର ଙ୍କର 134 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି |ତାଳଚେର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆମ୍ବେଦକର ଙ୍କର ଜୟନ୍ତୀ ପାଳିତ ହୋଇଛି |ତାଳଚେର ସହର ଦେଉଳବେଡା କଲୋନୀ ରେ ଥିବା ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରାଯାଇଛି |ରାଷ୍ଟ୍ରୀୟ ବିଚାର ଧାରାରେ କାର୍ଯ୍ୟରତ ବିଭୀଧ କ୍ଷେତ୍ରର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ସମ୍ବିଧାନ ପ୍ରଣେତା ଙ୍କର ଜନ୍ମ ଜୟନ୍ତୀ ପାଳନ କରିଛନ୍ତି |ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ସଂଘ ର ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଅଶୋକ ଲାଲ ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମାୟାଧର ସାହୁ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବ୍ରାହ୍ମଣୀ ମଣ୍ଡକ ସଭାପତି ଅଜୟ ସାହୁ, ବିଏମଏସ ଶ୍ରମିକ ନେତା ଭରତ ଭୁତିଆ, ପ୍ରାକ୍ତନ କାଉନ ସିଲର ବାଲ୍ମୀକି ପ୍ରସାଦ କେଶରୀ ଓ ଅକ୍ଷୟ ବିଶ୍ୱାଳ, ଭଜମନ ସାହୁ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର,ସୁନୀଲ ପଟ୍ଟନାୟକ ,ବିନ୍ଦା ସିଂହ ପ୍ରମୁଖ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ସେହିଭଳି ତାଳଚେର ଏଫସିଆଇ ଠାରେ ବିଜେପି ସାର ଶକ୍ତି ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଦୀପକ ଦାସ ଙ୍କ ସଂଯୋଜନା ରେ ଭାରତ ରତ୍ନ ଆମ୍ବେଦକର ଙ୍କର ଜନ୍ମଜୟନ୍ତୀ ପାଳିତ ହୋଇଥିଲା ଏଥିରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁ, ସରପଞ୍ଚ ସହଦେଵ ସାହୁ, ପ୍ରାକ୍ତନ ମଣ୍ଡଳ ସଭାପତି ହର ମୋହନ ମିଶ୍ର.,ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଜସ୍ମିନ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ ସନତ କୁମାର ସାହୁ, ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ସେହିପରି ବ୍ରାହ୍ମଣୀ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅଜୟ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସୁଶାନ୍ତ ପ୍ରଧାନ, ପ୍ରାକ୍ତନ ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
Oplus_16908288 