• Tue. Nov 11th, 2025

ଦି ଫାଉଣ୍ଡେସନ ପବ୍ଲିକ୍ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ।

ByDaman TV

Apr 3, 2025
Oplus_16908288
Spread the love


ତାଳଚେର , ତାଳଚେର ପୌରାଞ୍ଚଳ ସିଂହସାହି ସ୍ଥିତ ଡଃ ସୁନିତି ମିଶ୍ର ମେମୋରିଆଲ ଟ୍ରଷ୍ଟ ତାଳଚେର ପକ୍ଷରୁ ଦ ଫାଉଣ୍ଡେସନ ପବ୍ଲିକ ସ୍କୁଲ ଓ ଦ ଫାଉଣ୍ଡେସନ ଡ୍ୟାନ୍ସ ଏକାଡେମି ର ମିଳିତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସୁନିତି ମିଶ୍ର ମେମୋରିଆଲ ଟ୍ରଷ୍ଟ ର ସଭାପତି ସିଦ୍ଧେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାସ୍ୟ କୁନି ଇଉଟିଉବର ମାଙ୍କେ ଯୋଗଦେଇ ତାଙ୍କ ପିତା ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ସହ ମିଶି ନିଜର ପ୍ରତିଭା ପଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଟ ଆଇନ ଜିବୀ ରାମକୃଷ୍ଣ ସ୍ବାଇଁ ଯୋଗ ଦେଇ କୁନି ପିଲା ମାନେ ଉଚିତ ଶିକ୍ଷା ପାଇଁ ଏହିପରି ପବ୍ଲିକ ସ୍କୁଲ ରେ ପାଠ ପଢି ନିଜର ମୂଳଦୁଆ ପକାଇ ଆଗକୁ ବଢ଼ି ଜଣେ ଦେଶର ଓ ରାଜ୍ୟର ସୂ ନାଗରିକ ହୋଇ ଅଂଚଳ ର ଟେକ ରଖିବ ବୋଲି କହିଥିଲେ । ଏବଂ ଏହି ସ୍କୁଲ ର ପିଲାମାନେ ପାଠ ପଢିବା ସହିତ ନାଚ ଗୀତ ଓ କ୍ରୀଡା ଶିକ୍ଷା ଗ୍ରହଣକରିବା ପାଇଁ ଉପଯୁକ୍ତ ଅନୁଷ୍ଠାନ ବୋଲି ପ୍ରକାଶ କରିଥିଲେ ।ତେବେ ଏହି ଫାଉଣ୍ଡେସନ ପବ୍ଲିକ ସ୍କୁଲ ପକ୍ଷରୁ ସ୍କୁଲର କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ବେଶ ଚିତ୍ତାକର୍ଷକ ହୋଇଥଲା । ଟ୍ରଷ୍ଟ ପକ୍ଷରୁ ଡ ସୁନିତି ମିଶ୍ର ମେଧା ବୃତ୍ତି ପିଲାଙ୍କୁ ଚୟନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରଯାଇଥିଲା , ଏଥିରେ ତାଳଚେର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ପ୍ରଥମ ହୋଇଥିବ ବେଳେ ବିବେକା ନନ୍ଦ ବିଦ୍ୟାଳୟ ର ଛାତ୍ର ଦ୍ୱିତୀୟ ଓ ସରକାରି ବାଳିକା ବିଦ୍ୟାଳୟ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଟ୍ରଷ୍ଟ ପକ୍ଷରୁ ବରିଷ୍ଟ ଆଇନ ଜୀବି ସ୍ବର୍ଗତ ଦେବି ମିଶ୍ର ମେମୋରିଆଲ ସମ୍ମାନ ଭାବେ ବରିଷ୍ଟ ଆଇନ ଜିଵୀ ରାମକଷ୍ଣ ସ୍ବାଇଁ ଙ୍କୁ ପ୍ରଦାନ କରଯାଇଥିଲା । ପବ୍ଲିକ ସ୍କୁଲ ର ଅଧକ୍ଷ୍ୟା କବିତା ବେହେରା ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ କ୍ରିତିମତି ମିଶ୍ରଙ୍କଦ୍ଵାରା ଆର୍ଟ ଆଣ୍ଡ କ୍ରାପ୍ଟ ଏକ୍ଜିଭିସେନ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯିବା ସହ ଏକ କ୍ରିକେଟ ଏକାଡେମି ର ଶୁଭାରମ୍ଭ ହାସ୍ୟ ଇଉଟୁବର୍ ପ୍ରିତିରଞ୍ଜନ ପ୍ରଧାନ ଙ୍କ ଦ୍ଵାରା କରାଯାଇ ଥଲା । ଶେଷରେ ବିଭିନ୍ନ କ୍ଷେତ୍ରରେ କୁନି କୁନି କୃତି ଛାତ୍ରଛତ୍ରୀ ମାନଙ୍କୁ କ୍ରୀଡା , ସଂଗୀତ ନାଚ ଇତ୍ୟାଦି ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏଵଂ ପବ୍ଲିକ ସ୍କୁଲ ର ପିଲାମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯକ୍ରମ ପଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ ଅଭିଭାବକ ସ୍କୁଲ ର କର୍ମଚାରୀ ମାନେ ଉପସ୍ଥିତ ରହି ବେଶ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *