• Tue. Nov 11th, 2025

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୯୦ତମ ଓଡିଶା ଦିବସ -୨୦୨୫ ମହାସମାରୋହ ପାଳିତରାଇରଙ୍ଗପୁର ତା.୦୧-୦୪-୨୦୨୫ରିଖ

ByDaman TV

Apr 1, 2025
Oplus_16908288
Spread the love

ଆଜି ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୯୦ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି.

ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା. ପ୍ରାତଃ ୦୭ ଘଟିକା ସମୟରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କ ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.

ଏହାପରେ ପୂର୍ବାହ୍ନ ୦୯ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା.ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ ବାସନ୍ତୀ ଲାକ୍ରା,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ ଓ ଡେପୁଟି କଲେକଟର ଶ୍ରୀ ମାନସ ରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠି ଓ ଅନିତା ମହାନ୍ତ ଯୋଗ ଦେଇଥିଲେ.
ଏତଦ ବ୍ୟତୀତ ବାମନଘାଟୀ ଉପଖଣ୍ଡ ଅତର୍ଗତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ.

ପ୍ରାରମ୍ଭ ରେ ବରପୁତ୍ର ମାନଙ୍କ ଫୋଟଚିତ୍ର ରେ ଅତିଥି ବୃନ୍ଦ ଓ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ସଭା କାର୍ଯ୍ୟ ଆରମ୍ଭ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ
ବନ୍ଦେ ଉତ୍କଳ ଜନନୀ ବାଦନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା.ଏହି ଅବସରରେ ମୁଖ୍ୟ ଅତିଥି ଓଡିଶା ଦିବସ ପାଳନ ର ତାତ୍ପର୍ଯ୍ୟ ପ୍ରତିପାଦନ କରି ଯେଉଁ ଯୁଗଜନ୍ମା ମହାମନୀଷୀ ମାନଙ୍କ ଅଦ୍ୟମ ପ୍ରଚେଷ୍ଟା ରେ ଏହା ସମ୍ଭବ ହୋଇ ପାରିଥିଲା ସେମାନଙ୍କ ନୀତି ଓ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ ଏବଂ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ସଂଗେ ସଂଗେ ଏହାକୁ ପାଥେୟ କରି ଓଡିଶା ର ସର୍ବାଙ୍ଗୀନ ଉନ୍ନତିକଳ୍ପେ ନିଜ ନିଜ ସ୍ତରରେ କାର୍ଯ୍ୟ କରି ଓଡିଶା ରାଜ୍ୟ କୁ ଏକନମ୍ବର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଜଣାଇ ଥିଲେ.

ଅନ୍ୟାନ୍ୟ ମଂଚାସୀନ ଅତିଥି ମାନେ ମଧ୍ୟ ଦିବସ ପାଳନ ପଛର ଇତିହାସ ସମ୍ଭନ୍ଧ ରେ ଆଲୋକପାତ କରିବା ସହିତ ଓଡ଼ିଆ ଜାତିର ଯେଉଁ ଯୁଗଜନ୍ମା ମହାମନୀଷୀ ତଥା ମାତୃଭୂମି ପ୍ରେମୀ ମାନଙ୍କ ନିସ୍ଵାର୍ଥପର ତ୍ୟାଗ, ଆତ୍ମବଳିଦାନ ଓ ଲହୁ ଲୁହର ପ୍ରତିଦାନ ରେ ଓଡିଶା ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇ ଭାରତ ମାନଚିତ୍ର ରେ ସ୍ଥାନ ଅଧିକାର କରିବା ସହିତ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ସେହି ମହାମନୀଷୀ ମାନଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ସେମାନେ ଆମର ଚିରସ୍ମରଣୀୟ ଓ ଚିର ନମସ୍ୟ ବୋଲି ବକ୍ତବ୍ୟ ରେ ପ୍ରତିପାଦନ କରିଥିଲେ.

ଏହା ପରେ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ .

ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମ ରେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ. ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *