ତାଳଚେର, ୨୯/୩ ଆଜି ତାଳଚେର ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେସଭାପତି ଭାବେ ବରିଷ୍ଟଆଇନଜୀବୀ ସନ୍ତୋଷ ସାହୁ, ନିର୍ବାଚିତ ହୋଇଥିବାବେଳେ ଉପସଭାପତି ପ୍ରମୋଦ ପ୍ରଧାନ, ସମ୍ପାଦକ ମାନସ ରଞ୍ଜନ ବାଇ, ସହସମ୍ପାଦକ ମାନସ ରାଏ, କୋଷାଧ୍ୟକ୍ଷ ତନୁଜ ପ୍ରଧାନ, ସାଂସ୍କୃତିକ ସେକ୍ରେଟାରୀ ସର୍ଦ୍ଦାର ରୋଜେନ୍ଦ୍ର ସିଂହ, ସେମିନାର କରୁଣାକର ନାୟକ, ଅଡ଼ିଟର୍ ଭାବେ ଜଳନ୍ଧର ବେହେରା ମନୋନୀତ ହୋଇଥିବା ଓକିଲସଂଘ ନିର୍ବାଚନପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ହରେକୃଷ୍ଣପାତ୍ର ସୁଚନା ଦେଇଛନ୍ତି। ତେବେ ଆଜି ସଂଧ୍ୟାରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଓକିଲ ସଂଘ ସମ୍ମୁଖରେ ବାଣ ଫୁଟାଇ ବିଜୟୀ ପ୍ରାଥୀଙ୍କ ସମର୍ଥକ ମାନେ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା ଏଵଂ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଆଗାମି ଦିନରେ ବାର ରେ ଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଏହି ନବ ନିର୍ବାଚିତ ପ୍ରତିନିଧି ମାନେ କାର୍ଯ କରିବା ସହିତ ତାଳଚେର ରେ ଥିବା ବିଭିନ୍ନ ସମସ୍ୟା ଯଥା ଧୂଳି ଧୂଆଁ , ତାଳଚେର ରେ ଚଳିତ ବର୍ଷଠାରୁ ମେଡ଼ିକାଲ କଲେଜ ରେ ରୋଗୀସେବା ଆରମ୍ଭ , ତାଳଚେର ପାଇଁ ଉଦ୍ଦିଷ୍ଟ ଡି ଏମ ଏଫ୍ ପାଣ୍ଠିକୁ ସୂ ନିନିଯୋଗ କରାଇବାରେ ତାଳଚେର ବାର ଆସୋସିଏସନ କାର୍ଯ କରିବା ପାଇଁ ନବ ନିର୍ବାଚିତ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ।।
Oplus_16908288 