• Tue. Nov 11th, 2025

ତାଳଚେର ପୌର ପରିଷଦ ପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଶୋକ ଓ ଶ୍ରଦ୍ଧାଞ୍ଜଳୀ ସଭା ।

ByDaman TV

Mar 18, 2025
Oplus_16908288
Spread the love


ତାଳଚେର ,ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ , ତଥା ରାଜ୍ୟ ଓ ଦେଶର ଜଣେ ଦକ୍ଷ ରାଜନେତା ଏଵଂ ଭାରତ ସରକାର ଙ୍କ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ଗତ କାଲି ଦିଲ୍ଲୀସ୍ଥିତ ବାସଭବନରେ ୮୪ ବର୍ଷ ବୟସ ରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ତାଳଚେର ସମେତ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି । ଏହି ପରିପେକ୍ଷି ରେ ଆଜି ତାଳଚେର ପୌର ପରିଷଦ ପକ୍ଷରୁ କାଉନସିଲ ହଲ ଠାରେ ନଗର ପାଳ ପବିତ୍ର ଭୂଟିଆ ଙ୍କ ସଭାପତିତ୍ବ ରେ ଏକ ଶୋକ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା , ବରିଷ୍ଟ ସାମ୍ୱାଦିକ ଦେବୀ ମିଶ୍ର ପୂର୍ବତନ ନଗର ପାଳ କେଶବ ଭୂତୀଆ ପୁର୍ବତନ ମହିଳା କଲେଜ ଅଧକ୍ଷା ସୋଭାଗିନି ଦେବୀ ସମସ୍ତ ୱାର୍ଡ଼ ର କାଉନସିଲର , ପୁର୍ବତନ କାଉନସିଲର ସମେତ ବହୁ ବିଶିଷ୍ଟ ବ୍ୟକ୍ତି , ପୌର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ସମୟରେ ଜାତିୟରାଜପଥ ରେ ବିକାଶ ମୂଳକ କାର୍ଯ ଏଵଂ ଦୃଢ଼ ନେତୃତ୍ବରେ ଆଜି ସାରା ରାଜ୍ୟରେ ଶାସନ ଭାର ଆସିପାରିଥିବା ସମ୍ପର୍କରେ ଉଲ୍ଲେଖ କରିଥଲେ ।। ଏହି ଅବସରରେ ତାଙ୍କୁ ମନେ ପକେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ମିଷ୍ଟ ଭାଷୀ ପରୋପକାରୀ ଦୟାଳୁ ମୋନୋଭାବ ର ବ୍ୟକ୍ତି ଥିବା ସହ ଡାକ୍ତର ପେଶା କୁ ଛାଡି ଜନସେବା ନିମନ୍ତେ ରାଜନୀତି କୁ ଆସି ବିଜେପି ଦଳର ରାଜ୍ୟ ର ଶୀର୍ଷ ସ୍ତରରେ କାମ କରି ଦେଶରେ ମଧ୍ୟ ତାଙ୍କର ଚ୍ଛାପା ଛାଡି ଯାଇଥିବା ନଗରପାଳ ପବିତ୍ର ଭୂତିଆ ମତବ୍ୟକ୍ତ କରିଥିଲେ । ତାଙ୍କର ଏହି ପରଲୋକ ରାଜ୍ୟ ର ତଥା ଦେଶର ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ଭୂତିଆ ପ୍ରକାଶ କରିଥିଲେ ।।

Leave a Reply

Your email address will not be published. Required fields are marked *