• Wed. Nov 12th, 2025

ପବିତ୍ର ଭୁତିଆ ତାଳଚେର ଫ୍ରେଣ୍ଡସ କ୍ରିକେଟ କ୍ଳବ ର ନୂତନ ସଭାପତି।

ByDaman TV

Jan 3, 2025
Oplus_131072
Spread the love


ତାଳଚେର ୩/୧ତାଳଚେର ର ଜଣାଶୁଣା ତଥା ଅଗ୍ରଣୀ ଅନୁଷ୍ଠାନ ଫ୍ରେଣ୍ଡସ କ୍ରିକେଟ କ୍ଳବ ର ନୂତନ ସଭାପତି ଚୟନ କରାଯାଇଛି ।ଏହି ପଦବୀ ପାଇଁ ତାଳଚେର ପୋୖର ପରିଷଦ ର ନଗରପାଳ ପବିତ୍ର ଭୁତିଆ ଙ୍କୁ ସର୍ବନ୍ମଟି କ୍ରମେ ଚୟନ ଜରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ର ପୂର୍ବରୁ କାନ୍ହହୁ ଚରଣ ଅଗ୍ରୱାଲା ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କର ଆକସ୍ମିକ ଭାବେ ପରଲୋକ ହୋଇଥିଲା ।ସେହିଦିନ ଠାରୁ ଏହି ପଦବିଟି ଖାଲି ଥିବା ବେଳେ ଆଜି କ୍ଳବ ପକ୍ଷରୁ ରାଣିପାର୍କ ସ୍ଥିତ ଫ୍ରେଣ୍ଡସ କ୍ରିକେଟ କ୍ଳବ ଠାରେ ଏକ ସ୍ୱତନ୍ତ୍ର ସାଧାରଣ ବୈଠକରେ ଆଲୋଚନା କରିବା ସହ ନିଷ୍ପତ୍ତି ମୁତାବକ ସଭାପତି ଚୟନ କରାଯାଇଥିଲା ।ତେବେ ଶ୍ରୀ ଭୁତିଆ କ୍ଳବ ପାଇଁ ପାଚେରୀ ସହ ପାଚେରୀ କଡେ କଡେ ଅଲୋକୀକରଣ ବ୍ୟବସ୍ତା କରିଥିବାରୁ କ୍ଳବ ସଦସ୍ୟଙ୍କ ପକ୍ଷରୁ ଧନ୍ୟବାଦ ଦେଇଥିଲେ ଓ ଆଗକୁ କ୍ଳବ ର ଆବଶ୍ୟକତା ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ନୂତନ ସଭାପତି ଶ୍ରୀ ଭୁତିଆ ପ୍ରକାଶ କରିଥିଲେ ।ଅନ୍ୟପକ୍ଷରେ ସଭାପତି ଜଣେ ଦୃଢ଼ ସଂଗଠକ ଓ ମେଳାପୀ ଯୁବ ବ୍ୟକ୍ତିତ୍ୱ ହୋଇଥିବାରୁ କ୍ଳବ ର ବିକାଶ ହେବ ଓ ଆଗାମୀ ଦିନରେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ହେବା ନେଇ ସୂଚନା ଦେଇଛନ୍ତି ।ପବିତ୍ର ଭୁତିଆ ନୂତନ ସଭାପତି ହେବା ପରେ ଫ୍ରେଣ୍ଡସ କ୍ରିକେଟ କ୍ଳବ ର ସମସ୍ତ ସଦସ୍ୟ କର୍ମକର୍ତ୍ତା ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ଅଭିନନ୍ଦନ ପ୍ରଦାନ କରାଯାଇଛି ।।

Leave a Reply

Your email address will not be published. Required fields are marked *