• Wed. Nov 12th, 2025

NTPC ତରଫରୁ ଶୀତକାଳୀନ ବାଳିକା ସଶକ୍ତି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ l

ByDaman TV

Dec 31, 2024
Oplus_131072
Spread the love

ସମ୍ପ୍ରତି ଏନ. ଟି. ପି. ସି. ତାଳଚେର ଥର୍ମାଲ ରେ ଶୀତକାଳୀନ ବାଳିକା ସଶକ୍ତି କରଣ କର୍ମଶାଳା ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି.
କର୍ମଶାଳାରେ ପାର୍ଶ୍ୱ ବର୍ତ୍ତୀ ଗ୍ରାମାଞ୍ଚଳ ର 9ଟି ସରକାରୀ ବିଦ୍ୟାଳୟ ରୁ 39 ଜଣ 12 ବର୍ଷ ବୟସର ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ.
ବିଗତ ମେ ମାସରେ ସେମାନେ 4ସପ୍ତାହ ର କର୍ମଶାଳା ରେ ଏହି ସ୍ଥାନରେ ରହି ଯାହା ଅନୁଭବ କରିଥିଲେ, ବର୍ତମାନ ତାର ରୂପାନ୍ତରଣ ପରିଲକ୍ଷିତ ହୋଇଥିଲା.

କର୍ମଶାଳା କୁ ଉଦବୋଧନ ଦେଇ ତାଳଚେର ଥର୍ମାଲ ର ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଜୟ ଚାନ୍ଦ, ଏନ. ଟି. ପି. ସି. ସର୍ବଦା ପାର୍ଶ୍ୱ ବର୍ତ୍ତୀ ଗ୍ରାମାଞ୍ଚଳ ରେ ତାର ବିକାଶ ଦିଗରେ କର୍ମ ତତ୍ପର ଓ ନିଷ୍ଠା ର ସହ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ବୋଲି ମତ ବ୍ୟକ୍ତ କରି ଥିଲେ.
ସାଗରୀକା ମହିଳା କ୍ଲବ ର ସଭାନେତ୍ରୀ ଶ୍ରୀମତୀ ବିଭା ଅଗ୍ରୱାଲ ବାଳିକା ମାନଙ୍କ ର ଶିକ୍ଷା ପ୍ରତି ରୁଚି ବୋଧ ବୃଦ୍ଧି ଦିଗରେ ସୁଚିନ୍ତିତ ମତାମତ ଦେଇଥିଲେ.

ଏହି କର୍ମଶାଳା ବାଳିକା ମାନଙ୍କ ର ସlର୍ବଭୋମ୍ୟ ବିକାଶ ଓ ରୂପାନ୍ତରଣ ର ବୀଜ ବପନ କରିଛି ବୋଲି ସମସ୍ତେ ହୃଦବୋଧ କରିଥିଲେ l

Leave a Reply

Your email address will not be published. Required fields are marked *