ରାଇରଙ୍ଗପୁର – ଠାକୁରାଣୀବେଡା ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମହମ୍ମଦ ମୋତ୍ତାର ହୁସେନ ସାର ଦୀର୍ଘ ୩୬ବର୍ଷ ଶିକ୍ଷକତା ଜୀବନ ଅତିବାହିତ ପରେ ତା.୩୧.୧୨.୨୦୨୪ରିଖ ଅବସର ଗ୍ରହଣ କରିଥିବାରୁ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଏହି ଉତ୍ସବକୁ ପରିଚାଳନା କମିଟୀର ସଭାପତି ଶେଖ ତାଜୁଦ୍ଦିନ ସଭାପତିତ୍ଵ କରି ନିଜ ବକ୍ତବ୍ୟ ରଖିଥିଲେ । ଗ୍ରାମର ବରିଷ୍ଠ ସମାଜସେବୀ ହାଜି ଅହମ୍ମଦ ରେଜାକ ସାର ନିଜ ବକ୍ତବ୍ୟରେ ହୁସେନ ସାରଙ୍କ ବିଦ୍ୟାଳୟରେ ତାଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଗୋପାଳକୃଷ୍ଣ ମହାନ୍ତି ନିଜ ବକ୍ତବ୍ୟରେ ହୁସେନ ସାରଙ୍କ ଉଚ୍ଚକୋଟୀର ଶିକ୍ଷକଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ମନୀଷ ଶର୍ମା ମଞ୍ଜ ପରିଚାଳନା କରିବା ସହିତ ନିଜ ବକ୍ତବ୍ୟ ରଖିଥିଲେ । ପରିଚାଳନା କମିଟୀର ସମସ୍ତ ସଭ୍ୟସଭ୍ୟା, ଗ୍ରାମବାସୀ ଉପସ୍ଥିତ ହୋଇ ନିଜନିଜ ବକ୍ତବ୍ୟ ରଖିଥିଲେ । ଗ୍ରାମବାସୀ ନାଜିର ଅହମ୍ମଦ ନିଜ ବକ୍ତବ୍ୟ ରଖି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Oplus_131072 