• Wed. Nov 12th, 2025

ଶଙ୍କରାଚାର୍ଯ୍ୟ ଙ୍କର କାର୍ଯ୍ୟକ୍ରମ ସ୍ଥଳରେ ଯଜ୍ଞ ଓ ସୁଧୀକାରଣ l

ByDaman TV

Dec 24, 2024
Oplus_131072
Spread the love


ତାଳଚେର, ତା 24/12/2024 ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ଆସନ୍ତା ଜାନୁଆରୀ ଏକ ତାରିଖ ରେ ତାଳଚେର ଆଗମନ କାର୍ଯ୍ୟକ୍ରମ ରହିଛି |ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ଜାନୁଆରୀ ଏକ ତାରିଖ ଦିନ ତିନିଟା ରେ ଏକ ବିଶାଳ ହିନ୍ଦୁରାଷ୍ଟ ମହାଧିବେଶନ ରେ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ |ସେହି ହିନ୍ଦୁରାଷ୍ଟ ମହାଧିବେଶନ ସ୍ଥାନ ଦେଉଳବେଡା ଦୁର୍ଗାମଣ୍ଡପ ପଡିଆଠାରେ ଆଜି ମଙ୍ଗଳବାର ଏକ ଯଜ୍ଞ ର ଆୟୋଜନ କରାଯାଇ ସେହି ସ୍ଥାନକୁ ସୁଧୀକରଣ କରାଯାଇଛି |ପୁରୀ ରୁ ଆସିଥିବା ପଣ୍ଡିତ ମାନେ ସାମୁହିକ ଭାବେ ପୂଜାର୍ଚନା କରିବା ସହ କର୍ତ୍ତା ଭାବେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ସେବା ସଚିବ ବରୁଣ କୁମାର ସାହୁ ସପତ୍ନୀକ ଯୋଗ ଦେଇ ଯଜ୍ଞ ରେ ବସିଥିଲେ |ଏକ ଯଜ୍ଞ ସହ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ର ସଂଯୋଜକ ପର୍ଶୁରାମ ବାରିକ ସଂଯୋଜନା କରିଥିଲେ |ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦ ତଥା ସ୍ୱାଗତ ସମିତି ର ସମସ୍ତ ସଦସ୍ୟ ଓ ସଦସ୍ୟା ଏବଂ ସମସ୍ତ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ| ଆଦିତ୍ୟ ବାହିନୀ ର ସଭାପତି ବୃନ୍ଦାବନ ବେହେରା, ଜଗଦୀଶ ମିଶ୍ର, ବିଜୟ କୁମାର ସାହୁ, ତାପସ ସାହୁ, ମିଲୁ ସାହୁ, ଜ୍ୟୋତିର୍ମୟ ରଥ, ଅଭୟ ପାଣି, ଅନ୍ତର୍ଯ୍ୟାମୀ ସାହୁ, ବବଲୁ ସାହୁ, ଅମୁଲ୍ୟ ସାହୁ, ମାୟାଧର ସାହୁ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ରଞ୍ଜନ ବିଶୋଇ, ସଂଘ ର ଜିଲ୍ଲା କାର୍ଯ୍ୟବାହ ଅନିଲ କୁମାର ମହାନ୍ତି, ସହ କାର୍ଯ୍ୟବାହ ବାବୁଲି ସାମଲ, ଶ୍ରୀନିବାସ ଖୁଣ୍ଟିଆ, ଅଶୋକ ସାମନ୍ତ, ,ପ୍ରଭାତୀନୀ ଆଚାର୍ଯ୍ୟ, ଉଚ୍ଛନ ପଟ୍ଟନାୟକ, ଅଜୟ ସାହୁ, ହେମନ୍ତ ଘଡେଇ, ଖାଇରା ପ୍ରଧାନ, ପ୍ରଶାନ୍ତ ନନ୍ଦ, ରଂଜିତ ମହାପାତ୍ର, କାଳନ୍ଦୀ ପ୍ରଧାନ ଇଲୁ ସାହୁ ପ୍ରମୁଖ ସଦସ୍ୟ ଙ୍କ ସମେତ ଶତାଧିଜ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Leave a Reply

Your email address will not be published. Required fields are marked *