ତାଳଚେର ୧୨/୧୨ ତାଳଚେର ରେ ବ୍ୟାପକ ଭାବେ ବୃଦ୍ଧି ପାଇଛି ଚୋରୀ ଓ ରାହଜାନୀ ,ତାହା ପୁଣି ସ୍ପଷ୍ଟ ଦିବାଲୋକ ରେ ଏବଂ ଜନଗହଳି ପୂର୍ଣ୍ଣ ଅଂଚଳରେ।କେତେବେଳେ ଦୁର୍ବୁତ୍ତ ମାନେ ବାଟୋଇ ,ବାଇକ ଆରୋହିଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ଘର ଭିତରେ ପଶି ଲୁଟପାଟ କରି ଫେରାର ହେଇଯାଉଛନ୍ତି ।ଏହି ଚୋରି ତସ୍କରି ନିତି ଦିନିଆ ଘଟଣାରେ ପରିଣତ ହେଲାଣି ।ଏବେ କିନ୍ତୁ ଘରର ଗ୍ରୀଲ ଝରକା ଭଳି ଲୁହା ସାମଗ୍ରୀ ଉପରେ ଚୋରର ନଜର ।ସେମାନଙ୍କ ପାଇଁ ପୋଲିସ ର ରାତ୍ରି ପାଟ୍ରୋଲିଂ କାମ ଦେଉନି।ପୋଲିସ କୁ ଖାତିର ନ କରି ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି ଏହି ଚୋର ମାନେ ।ଏହିପରି ଏକ ଘଟଣା ସ୍ଥାନୀୟ ରାମଚନ୍ଦ୍ର ବଜାରରେ ଘଟିଛି ।ଗତ କାଲି ବୁଧବାର ବିଳମ୍ଭିତ ରାତ୍ରିରେ କେହି ଦୁର୍ବୁତ୍ତ ବଜାରରେ ଥିବା ଶୌଚାଳୟ ର ମୂଲ୍ୟବାନ ବିରାଟକାୟ ଲୁହା ଗ୍ରୀଲ କୁ ତାଡି ନେଇ ରାତାରାତି ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସହରରେ ଚର୍ଚ୍ଚାର ବିଷୟ ହେଇଛି ।ସୂଚନା ଅନୁଯାଇ ରାମଚନ୍ଦ୍ର ବଜାର ରେ ଥିବା ସୁଲଭ ଶୌଚାଳୟ ଟି ଦୀର୍ଘବର୍ଷ ହେବ ଅବ୍ୟବହୃତ ହୋଇ ପଡି ରହିଥିଲା ,ଏବଂ ସେହି ଶୌଚାଳୟ କୁ ପୋୖର ପରିଷଦ ପକ୍ଷରୁ ଭଙ୍ଗାଯାଇ ସେଠାରେ ଏକ ମଲ୍ଟି ପ୍ରୋପୋଜ ମଣ୍ଡପ ନିର୍ମାଣ ହେବାକୁ ପ୍ରସ୍ତାବ ରହିଛି ଏହାର ସୁଯୋଗ ଚୋର ପାଇଁ ଅନୁକୂଳ ହୋଇ ଆଜି ସେହି ଗ୍ରୀଲ କୁ ଚୋରି କରି ନେଇ ଯିବାରେ ସକ୍ଷମ ହୋଇଛି । ସେହି ଗ୍ରୀଲ ଟି ଗତରାତି ୧୦ଟା ପର୍ଯ୍ୟନ୍ତ ତାଲା ପଡିବା ଅବସ୍ଥାରେ ଥିବା ପ୍ରୋତକ୍ଷଦର୍ଶୀ କହୁଥିଲା ବେଳେ ଦୁଇ ଘଣ୍ଟା ପରେ ଅର୍ଥାତ ରାତି ୧୨ଟା ବେଳକୁ ସେଠାରେ ଗ୍ରୀଲ ଆଉ ନାହିଁ ।ତେବେ ଏହିପରି ହଟାତ ବେତାଳ ସଦୃଶ ଜିନିଷ ଚୋର ଟେକି ନେଇଯିବା ଘଟଣା ତାଳଚେର ରେ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବଂ ଏହି ଗ୍ରୀଲ ଚୋରି ଏହି ଆଖପାଖ ର କେହିଜଣେ ନିଜର ଘରେ ଲଗାଇବା ପାଇଁ କିମ୍ବା ଲୁହା ଦରରେ ବିକିବା ଉଦେଶ୍ୟ ରେ ନେଇଯାଇଥାଇ ପାରେ ବୋଲି ଅନୁରୂପ ଚର୍ଚା ମଧ୍ୟ ହେଉଛି ।ତାଳଚେର ପୋଲିସ ଏହି ଚୋରି ଘଟଣା କୁ ଗୁରୁତ୍ୱ ଦେଇ ତଦନ୍ତ କରି ଗ୍ରୀଲ ଚୋର କୁ ଧରିବା ପାଇଁ ସାଧାରଣ ରେ ଦାବି ହେଉଛି ।।ଯାହା ଫଳରେ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବ ବୋଲି କୁହାଯାଇଛି ।।
Oplus_131072 