• Wed. Nov 12th, 2025

ତାଳଚେର ରେ ହେବ ଓଡିଶା ର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ ,ଯୋଗ ଦେବେ ଜଗତଗୁରୁ ପୂଜ୍ଯ ଶଙ୍କରାଚାର୍ଯ୍ୟ l

ByDaman TV

Dec 6, 2024
Oplus_131072
Spread the love

ତାଳଚେର :ତା 6/12/24 : ଆସନ୍ତା ଜାନୁଆରୀ ରେ ଓଡିଶା ପ୍ରଥମ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଓଡିଶା ର ମଧ୍ଯ ବିଭାଗ ର ତାଳଚେର ରେ ଅନୁଷ୍ଠିତ ହେବା କୁ ଯାଉ ଅଛି.|ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ବିଶାଳ ହିନ୍ଦୁ ସମ୍ମିଳନୀ କୁ ମାର୍ଗଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି |ଏହି ପରିପେକ୍ଷିରେ ଆଜି ଶୁକ୍ରବାର ଏକ ବୈଠକ ସ୍ଥାନୀୟ ଶର୍ମାଛକ ସ୍ଥିତ ଡଃ ସଂଜୀବ ରାଉତ ଙ୍କର ନିବାସ ରେ ଅନୁଷ୍ଠିତ ହୋଇ ଯାଇଛି |ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କର ଉତ୍ତରାଧିକାରୀ ପୂଜ୍ୟ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀ ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ଭାରତ କୁ ହିନ୍ଦୁରାଷ୍ଟ ଗଠନ କରିବା ପାଇଁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ତାଳଚେର ରେ ଏକ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ, ଏହା ଓଡ଼ିଶାରେ ପ୍ରଥମ ମହା ଅଧିବେଶନ ହେବ ବୋଲି ପ୍ରକାଶ କରିଥିଲେ |ସବୁ ମତ ପନ୍ଥ ଏକ ହୋଇ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ସେ ଆହ୍ୱାନ ଦେଇଥିଲେ |ଆଦିତ୍ୟ ବାହିନୀ ର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଯୋଗଦେଇ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତା ଜାନୁଆରୀ 1 ଓ 2 ଦୂଇ ଦିନିଆ ତାଳଚେର ଆଗମନ କାର୍ଯ୍ୟକ୍ରମ ରହିଛି |ଗୁରୁଜୀ ହିନ୍ଦୁ ରାଷ୍ଟ୍ର ମହାଧିବେଶନ ରେ ଯୋଗଦେବା ସହ ଏକ ଗୋଶାଳା ର ଉଦଘାଟନ ଏବଂ ବୈଦିଜ ଗଣିତ ଉପରେ ଏକ କର୍ମଶାଳା ରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ |ସମଗ୍ର ଅଂଚଳ ରୁ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଭାଇ ଭଉଣୀ ମାନେ ଯୋଗଦେବାକୁ ସେ ଆହ୍ୱାନ ଦେଇଥିଲେ |ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ଜିତ ବେଜ, ପୂର୍ବ ପ୍ରଶାସକ ତଥା ଆଦିତ୍ୟ ବାହିନୀ ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମାର୍ଗଦର୍ଶକ ହେମନ୍ତ କୁମାର ଦାଶ, ରାଜ୍ଯ ପିଠପରିଷଦ ର ଉପାଅଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ, ଅନଗୁଳ ଜିଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ ସମେତ ସଂଗଠନ ସଚିବ ବରୁଣ ସାହୁ ସଂମ୍ପର୍କ ସଚିବ ସୌରୀ ରଞ୍ଜନ ପଣ୍ଡା ଉପସ୍ଥିତ ରହି ବିଭିନ୍ନ କମିଟି ଗଠନ କରିବା ସହ . ଆଗାମୀ ଦିନରେ ଭାରତ କୁ ହିନ୍ଦୁ ରାଷ୍ଟ୍ର କରିବା ଉଦ୍ଦେଶ୍ୟରେ ପୂଜ୍ଯ ପୁରୀ ଶଙ୍କରାଚାର୍ଯ୍ୟ ମହାଭାଗ ସାରା ଦେଶରେ ଯାତ୍ରା ହେଉ ଅଛି. ଓଡିଶା ରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ ସମସ୍ତ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସକାଶେ ଆଜି ଏକ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାଗତ ସମିତି ଗଠନ କରାଯାଇ ଅଛି |ଉକ୍ତ କମିଟି ରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନଂଦ ସରସ୍ଵତୀ ସମିତି ଅଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ରହିବା ସହ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବରୁଣ କୁମାର ସାହୁ, ସଂଯୋଯକ ପର୍ଶୁରାମ ବାରିକ, ସାଧାରଣ ସମ୍ପାଦକ ଭାବେ ବୃନ୍ଦାବନ ବେହେରା କାର୍ଯ୍ୟକ୍ରମ ର ମୁଖ୍ୟ ପରାମର୍ଶଦାତା ବା ମୁଖ୍ୟ ପ୍ରଭାରୀ ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ ସହ ପ୍ରଭାରୀ ଭାବେ ସୌରୀ ରଞ୍ଜନ ପଣ୍ଡା ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି |ସୂଚାରୁ ରୂପେ ପରିଚାଳନା କରିବା ସହ ଅନ୍ୟାନ୍ୟ ବିଭାଗୀୟ କମିଟି ଗୁଡିକ୍ ଘୋଷାଣ କରାଯାଇ ବିଭିନ୍ନ କ୍ଷେତ୍ର ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇ ଅଛି.|ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦ ର ସମସ୍ତ ସଦସ୍ୟ ଙ୍କ ସହ ବିଭିନ୍ନ କ୍ଷେତ୍ରର କର୍ମକର୍ତା ମାନେ ଯୋଗ ଦେଇଥିଲେ |ବିଶାଳ ହିନ୍ଦୁ ମହାଧିବେଶନ ତାଳଚେର ର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *