ଆଙ୍କର- ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଳକ ଅଧିନସ୍ଥ ରାଇରଙ୍ଗପୁର ସନ୍ନିକଟ ଛଣପାଳ ଏବଂ ଖଣ୍ଡଦେଉଳି ଗ୍ରାମର ମଧ୍ୟ ଭାଗରେ ଭଗବାନ ଶ୍ରୀରାମଙ୍କ ନୂତନ ଉବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଖଣ୍ଡଦେଉଳି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଶ୍ରୀଯୁକ୍ତ ରବିନ୍ଦ୍ର ମହାନ୍ତଙ୍କ ପରିବାର ପକ୍ଷରୁ ପବିତ୍ର ଭୂମି ଖଣ୍ଡଦେଉଳିସ୍ଥିତ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଏବଂ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମହାନ୍ତଙ୍କୁ ଦାନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସ୍ବର୍ଗତ ଶ୍ରୀଯୁକ୍ତ ରବୀନ୍ଦ୍ର ମହାନ୍ତଙ୍କ ଧର୍ମପତ୍ନୀ ଶ୍ରୀମତୀ ହେମଲତା ମହାନ୍ତ , ତାଙ୍କ କନ୍ୟା ଶ୍ରୀମତୀ ମମତା ମହାନ୍ତ, ନାତୁଣି ଜିଜ୍ଞାସା ମହାନ୍ତ ଏବଂ ଅନ୍ବେଷା ମହାନ୍ତ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସଂପାଦନ କରିଥିଲେ।ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକିୟାକୁ ରାଇରଙ୍ଗପୁର ଓକିଲ ସଂଘର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ମନୋଜ କୁମାର ଦାସ ପରିଚାଳନ କରିଥିଲେ ।
ଏହି ନିର୍ମାଣ ହେବାକୁ ଥିବା ଶ୍ରୀରାମଙ୍କ ମନ୍ଦିର ଗ୍ରାମରେ ଆଧ୍ୟାତ୍ମିକତା,ଏକତା ,ଭାଇଚାରା ତଥା ସନାତନ ଧର୍ମ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମହାନ୍ତ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ଦିଲ୍ଲୀପ କୁମାର ମହାନ୍ତ,ଧୀରେନ୍ଦ୍ର ନାଥ ମହାନ୍ତ, ଦଶରଥ ମୁଣ୍ଡା, ନିଳକଣ୍ଠ ମହାନ୍ତ, ଅଜିତ କୁମାର ବେହେରା, ବିବେକାନନ୍ଦ ମହାନ୍ତ, ନନ୍ଦିଶ୍ଵର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଏହି ମହତ କାର୍ଯ୍ୟ ପାଇଁ ଛଣପାଳ ଓ ଖଣ୍ଡଦେଉଳି ଗ୍ରାମର ଗ୍ରାମବାସୀଙ୍କ ତରଫରୁ ସ୍ଵର୍ଗତ ଶ୍ରୀଯୁକ୍ତ ରବୀନ୍ଦ୍ର ମହାନ୍ତଙ୍କ ପରିବାରକୁ ସାଧୁବାଦ ଜଣାଇଛନ୍ତି। ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

