ଦମନ ଟିଭି ନ୍ୟୁଜ -୨୨/୧୧ ତାଳଚେର ସହର କୁ ପ୍ରବେଶ ନ କରି ଗ୍ରାମାଞ୍ଚଳ ରୁ ମଣ୍ଡାପାଳ ସରକାରୀ ଡାକ୍ତରଖାନା କୁ ଯିବା ଆସିବା ପାଇଁ ସିଧାସଳଖ ରାସ୍ତା ଓ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ତାଳଚେର ନଦୀକୂଳରେ ଅବସ୍ତିତ ଥିବା ଆଖଣ୍ଡଳ ମଣି ମନ୍ଦିର ଦେଇ ଏକ ବାଇ ପାସ ରାସ୍ତାକୁ କିପରି ନିର୍ମାଣ କରାଯାଇ ଲୋକଙ୍କୁ ଯାତାୟାତ ର ସୁଯୋଗ ଦେଇହେବ, ସେଥିପାଇଁ ଢେଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମାନ ସମୀର କୁମାର ଜେନା (IAS) ଓ,ତହସିଲ ଦାର ରୋଜାଳିନ ବେହେରା ଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ ।ଏହି ରାସ୍ତାଟି ନିର୍ମାଣ କରାଗଲେ କଂକଳି କିଶୋରି ପାଳ ,ସଇଁନାଳି ଧରମ ପୁର ଗୋଡିବନ୍ଧ, ବେଳପଡା ,ସମଲ ଇତ୍ୟାଦି ଅଂଚଳର ଲୋକମାନେ ସହର ଭିତରେ ନ ପଶି ସିଧାସଳଖ ତାଳଚେର ରାଜାଙ୍କ ସିହଁଦ୍ୱାର ଦେଇ ଆଖଣ୍ଡଳ ମଣି ଭିତରେ ଦେଇ ମେଡ଼ିକାଲ ସମେତ ବିଭିର୍ଣ୍ଣ ସ୍ଥାନକୁ ଯାଇ ପାରିବେ ।ଏହା ହେଲେ ଲୋକଙ୍କୁ ଆଉ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ ।ତା ଛଡା ବିଭିର୍ଣ୍ଣ ପର୍ବ ପର୍ବାଣୀ ରେ ସହର ର ମୁଖ୍ୟ ରାସ୍ତା ଟି ଜାମ ହେଉଥିବାରୁ ଏହା ବିଶେଷ ଭାବେ ସହାୟକ ହେବ ବୋଲି ପ୍ରାକ୍ତନ ସାଂସଦ ଶ୍ରୀ ସାହୁ ଉପଜିଲାପାଳ ଶ୍ରୀମାନ ଜେନା ଙ୍କୁ ବଝାଇ ଥିଲେ ।କାରଣ ଜିଲ୍ଲା ଖଣିଜ ପାଣ୍ଠି (ଡି ଏମ ଏଫ )ପ୍ରଚୁର ପରିମାଣରେ ଅର୍ଥ ମହଜୁଦ ଥିବା ସହ ଖଣି ପ୍ରଭାବିତ ତାଳଚେର ଅଞ୍ଚଳରେ ଏହି ଅର୍ଥ ବିନିଯୋଗ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ,ତେଣୁ ତାକଚେର ଅଂଚଳ ର ବିକାଶ ପାଇଁ ଏହି ଭଳି ରାସ୍ତା ଘାଟ ନିର୍ମାଣ କରାଯିବା ଉପରେ ବିଶେଷ ଗୁରୁତ୍ୱ ଦେବା ଜରୁରୀ ବୋଲି ଶ୍ରୀ ସାହୁ କହିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଏହି ରାସ୍ତା ଟି ଆଗରୁ ଅବହେଳିତ ହୋଇ ରହିଛି ।କେବଳ ଗୋଟିଏ କଲଭର୍ଟ ନିର୍ମାଣ କରାଯାଇ , ଆଉ କିଛି ଅଂଶ କଂକ୍ରିଟ ରାସ୍ତା କରାଯାଇ ପାରିଲେ ଅଳ୍ପ ଖର୍ଚରେ ଲୋକଙ୍କୁ ଅଧିକ ସୁବିଧା ଯୋଗାଇ ଦେଇହେବ ବୋଲି କୁହାଯାଇଛି ।ଏହି କ୍ଷେତ୍ର ପରିଦର୍ଶନ ବେକେ ନଗରପାଳ ପବିତ୍ର ଭୁତିଆ ,ନିର୍ବାହି ଅଧିକାରୀ ଶ୍ରୀମାନ ବଲୟ ଦେହୁରୀ ,କାଉଂସିଲର ଲିପିକା ବେହେରା, ସମାଜସେବୀ ବାବୁନି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।।
Oplus_131072 