• Wed. Nov 12th, 2025

ଶୀକ୍ଷାବିତ ଲକ୍ଷ୍ମୀଧର ପ୍ରଧାନ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ l

ByDaman TV

Nov 1, 2024
Oplus_131072
Spread the love


ତାଳଚେର :ତା 1/11:ତାଳଚେର ଅଂଚଳର ଜଣେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ନିରୀକ୍ଷକ କଙ୍କିଳି ଗ୍ରାମର ଲକ୍ଷ୍ମୀଧର ପ୍ରଧାନ ଙ୍କର ଗୁରୁବାର ଦିନ ବିୟୋଗ ଘଟିଛି |ସ୍ବର୍ଗତ ଲକ୍ଷ୍ମୀଧର ପ୍ରଧାନ ବିଜେପି ର ବରିଷ୍ଠ ନେତା ତଥା କଙ୍କିଳି ପଂଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ଙ୍କ ବାପା ଅଟନ୍ତି |
ତାଙ୍କରି ମୃତ୍ୟୁ ରେ ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳିଯାଇଛି |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କରି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି |
ତାଳଚେର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଅନେକ ଧାର୍ମିକ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ । ତାଙ୍କ ପରିବାର ସହ ମୋର ସମ୍ପର୍କ ରହିଛି । ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଶୋକବାର୍ତ୍ତା ରେ ପ୍ରକାଶ କରିଛନ୍ତି |ସେହିଭଳି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ବରିଷ୍ଠ ବିଜେପି ନେତା ତଥା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ତାଙ୍କ ବାସଭବନ ତଥା ସ୍ମଶାନ ରେ ଶେଷକୃତ୍ୟ ରେ ସାମିଲ ହୋଇ ଶୋକ ପ୍ରକଟ କରିଛନ୍ତି |

Leave a Reply

Your email address will not be published. Required fields are marked *