• Wed. Nov 12th, 2025

ଅନୁଗୁଳ ଜିଲ୍ଲା ହୋମଗାର୍ଡ ସଂଘ ର ବୈଠକହୋମଗାର୍ଡ ମାନଙ୍କର ସମସ୍ୟା ପ୍ରତି ସରକାର ସଚେତନ -ପର୍ଶୁରାମ ବାରିକ, ରାଜ୍ୟ ଉପଦେଷ୍ଟା l

ByDaman TV

Oct 30, 2024
Oplus_131072
Spread the love


ତାଳଚେର :ତା 30/10: ଅନୁଗୁଳ ଜିଲ୍ଲା ହୋମଗାର୍ଡ ସଂଘ ର ବୈଠକ ଦେଉଳବେଡା ଠାରେ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାନେତ୍ରୀ ମାମି ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ହୋମଗାର୍ଡ ସଂଘ ର ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ ଯୋଗଦେଇ ହୋମଗାର୍ଡ ମାନଙ୍କର ସମସ୍ୟା ପ୍ରତି ରାଜ୍ୟ ତଥା କେନ୍ଦ୍ର ସରକାର ସଚେତନ ଅଛନ୍ତି |କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହୋମଗାର୍ଡ ଙ୍କର ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି କିଛିଦିନ ପୂର୍ବରୁ ପ୍ରକାଶ କରିଛନ୍ତି ବୋଲି ସେ କହିଥିଲେ |ହୋମଗାର୍ଡ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା ସମସ୍ତ ଅଭିଯୋଗ ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି |ସଂଘ ର ଅନୁଗୁଳ ଜିଲ୍ଲା ଉପଦେଷ୍ଟା ଚିତ୍ତରଞ୍ଜନ ପାଣି ଓ ପ୍ରଭାତୀନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା ଓ.କୋଷାଧକ୍ଷ ସୌଭାଗ୍ୟ ସାମଲ ଙ୍କ ସମେତ ଶତାଧିକ ହୋମଗାର୍ଡ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *