• Wed. Nov 12th, 2025

ତାଳଚେର ପୋୖର ପରିଷଦ ରେ ନୂତନନିର୍ବାହୀ ଅଧିକାରୀ ଭାବେ ସୁଶ୍ରୀ ତେଜ୍ଵସିନ ବେହେରା (IAS) ଙ୍କ ଯୋଗଦାନ ।

ByDaman TV

Oct 29, 2024
Oplus_131072
Spread the love


ତାଳଚେର ୨୯/୧୦ ପୁରାତନ ପୋୖର ପରିଷଦ ତାଳଚେର ରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ ତେଜ୍ଵସିନି ବେହେରା ଭାରତୀୟ ପ୍ରଶାସନିକ ଅଧିକାରୀ ଯୋଗଦାନ କରିଛନ୍ତି ।ସରକାରଙ୍କ ନିର୍ଦେଶ କ୍ରମେ ଆଜି ସୋମବାର ପ୍ରଥମେ ସୁଶ୍ରୀ ବେହେରା ତାଳଚେର ପୋୖର ପରିଷଦ ରେ ପହଞ୍ଚି ନିର୍ବାହୀ ଅଧିକାରୀ ବଲୟ ଦେହୁରୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।ତେବେ ସୁଶ୍ରୀ ଙ୍କ ଏହି ନୂତନ ନିଯୁକ୍ତି ଓ ତାଲିମ ସମୟର ନୂତନ ଯୋଗଦାନ କୁ ପୋୖର ପରିଷଦ ର ନଗରପାଳ ପବିତ୍ର ଭୁତିଆ ତାଳଚେର ପୋୖର ବାସୀ ଙ୍କ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।ତାଙ୍କ ସହିତ କାଉଂସିଲର ଆସିଫ ଖାଁ ,ଯଶୋବନ୍ତ ମିଶ୍ର ,ଜଗନ୍ନାଥ ଗଡ଼ନାୟକ ,ଜିତେନ୍ଦ୍ର ଭୁତିଆ ,ମମତା ରାଉତ ,ପ୍ରମୁଖ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ତାଳଚେର ପୋୖରାଞ୍ଚଳ ରେ ନିର୍ମାଣ ଧୀନ ବିଭିର୍ଣ୍ଣ କାର୍ଯ୍ୟକ୍ରମ ଓ ତାଳଚେର ର ପୁରାତନ କୀର୍ତିରାଜି ଫାଷ୍ଟ ଗେଟ ର ପୁନଃଉଦ୍ଧର କାର୍ଯ୍ୟକ୍ରମ ସମ୍ପର୍କରେ ନଗରପାଳ ଶ୍ରୀ ଭୁତିଆ ଅବଗତ କରାଇଥିଲେ ।ଓ ତାଙ୍କ ରହଣି ସମୟରେ ଆଗକୁ ତାକଚେର ସହରକୁ କିପରି ଆବର୍ଜନା ମୁକ୍ତ କରାଇ ଅଧିକ ବିକାଶ କରାଯିବ ସେ ସମ୍ପର୍କରେ ବସି ଆଲୋଚନା କରିବା ପାଇଁ ନୂତନ ଅଧିକାରୀ ସୁଶ୍ରୀ ବେହେରା ମଧ୍ୟ ପ୍ରକାଶ କରିଥିଲେ ।।

Leave a Reply

Your email address will not be published. Required fields are marked *