• Wed. Nov 12th, 2025

ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳେ , ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖେଇଛନ୍ତି ଅନୁଗୋଳ ର ଅଙ୍କିତା ସାହୁ l

ByDaman TV

Oct 20, 2024
Oplus_131072
Spread the love

ପ୍ରକାଶ ପାଇଛି ୨୦୨୨ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ର ଫଳାଫଳ ,ଏଥିରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅନୁଗୋଳ ସହର ର ପ୍ରଫୁଲ କୁମାର ସାହୁ ଓ ପୁଷ୍ପଲତା ସାହୁ ଙ୍କ ଝିଅ ଅଙ୍କିତା ସାହୁ ୧୧୮ ନମ୍ବର ସ୍ଥାନରେ ରହି ଓଏଏସ ପାଇଁ ମନୋନୀତ ହୋଇଛନ୍ତି । ପିଲା ଟି ଦିନରୁ ଖୁବ୍ ଭଲ ପାଠ ପଢୁଥିବା ଅଙ୍କିତା ଆଶା ରଖିଥିଲେ ଯେ ସେ ଦିନେ ପ୍ରଶାସନିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ କାର୍ଯ୍ୟ କରିବେ । ମାତ୍ର ୨୪ ବର୍ଷ ବୟସ ରେ ନିଜର ପ୍ରଥମ ପ୍ରଚେଷ୍ଟା ରେ ଅଙ୍କିତା କୁ ଏହି ସଫଳତା ମିଳିଥିବାରୁ ପରିବାର ଓ ସମ୍ପର୍କୀୟ ଙ୍କ ମହଲରେ ଖୁସି ର ଲହରୀ ଖେଳି ଯାଇଛି । ପିଲା ଟି ଦିନରୁ ଭଲ ପାଠ ପଢୁଥିବାରୁ ଅଙ୍କିତା ଙ୍କ ବାପା ତାଙ୍କୁ ସରସ୍ଵତୀ ବିଦ୍ୟା ମନ୍ଦିର ରେ ନାମ ଲେଖାଇ ଥିଲେ ସେଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଅନୁଗୋଳ କଲେଜ୍ ରେ ଦ୍ଵାଦଶ ଓ ଓୟୁଏଟି ରେ ସ୍ନାତକ ଓ ସ୍ନାତୋକତ୍ତର ପଠା ପଢ଼ିଥିଲେ । ପିଲାଟି ଦିନରୁ ଯେହେତୁ ସେ ପ୍ରଶାସନିକ କ୍ଷେତ୍ରରେ ଯିବାକୁ ମନସ୍ଥ କରିଥିଲେ ତେଣୁ ସେଥିପାଇଁ ପଠା ପଢ଼ି କରୁଥିବା ବେଳେ ତାଙ୍କ ବଡ ଭାଈ ଅଭିଷେକ ସାହୁ ଏସବୁ ତୋ ଦ୍ଵାରା ହୋଇ ପାରିବ ନାହିଁ କହି ତାଙ୍କୁ ବାରମ୍ବାର ଚିଡାଉ ଥିଲେ କିନ୍ତୁ ତାଙ୍କ ଲକ୍ଷ ରେ ଅଟଳ ରହି ଥିବାରୁ ସଫଳତା ର ସ୍ଵାଦ ଚାଖି ପାରିଛନ୍ତି ।
ତାଙ୍କର ପ୍ରସ୍ତୁତି ବିଷୟରେ କହି, ସେ ତାଙ୍କ ପରିବାର, ଶିକ୍ଷକ ଏବଂ ବିଶେଷ ଭାବରେ ତାଙ୍କ ଭାଇଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଶ୍ରେୟ ଦେଇଛନ୍ତି | ତାଙ୍କର ଶୃଙ୍ଖଳିତ ଅଧ୍ୟୟନ ରୁଟିନ୍ ଏବଂ ଫୋକସ୍ ଆଭିମୁଖ୍ୟ ତାଙ୍କ ସଫଳତାର ପ୍ରମୁଖ କାରଣ ଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି | ଏହି ଉଲ୍ଲେଖନୀୟ ସଫଳତା ଦ୍ଵାରା ସେ ସମଗ୍ର ଅଞ୍ଚଳ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଆଦର୍ଶ ହୋଇ ପାରିଛନ୍ତି |

Leave a Reply

Your email address will not be published. Required fields are marked *