• Wed. Nov 12th, 2025

ଉଚିତ ଭଡା ପ୍ରଦାନ କୁ ନେଇ ତାଳଚେର ଟ୍ରକ ମାଲିକ ସଂଘର ନିଷ୍ପତ୍ତି ଆଜିଠାରୁ ଟ୍ରକ ଯୋଗେ ଅର୍ନିଦିଷ୍ଟ କାଳ ପର୍ଯ୍ୟନ୍ତ କୋଇଲା ପରିବହନ ବନ୍ଦ ।

ByDaman TV

Oct 1, 2024
Oplus_131072
Spread the love


ତାଳଚେର ୧/୧୦ (ଦମନ୍ ଟିଭି ନ୍ୟୁଜ )-ତାଳଚେର ରେ ଟ୍ରକ ଯୋଗେ କୋଇଲା ପରିବହନ କ୍ଷେତ୍ରରେ ଘୋର ଅବବ୍ୟସ୍ଥା ଦେଖାଦେଇଛି ବିଶେଷ କରି ଟ୍ରକ ମାଲିକ ମାନଙ୍କ ପ୍ରତି ପରିବହନ କାରୀ ସଂସ୍ଥାର ଅସହଯୋଗ ଓ ବର୍ଦ୍ଧିତ ଭଡା କଟା ନୀତି ଯୋଗୁଁ ଟ୍ରକ ମାଲିକ ମାନଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ହେବାକୁ ଯାଉଛି ।ଟ୍ରକ ମାଲିକ ମାନେ ନ8ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର ବ୍ୟାପାର ହୋଇପଡିଛି ।ଯାହା ଫଳରେ ଟ୍ରକ ମାଲିକ ଙ୍କ ପରିବାର ଙ୍କ ଉପରେ କଳା ବାଦଲ ଘେରି ରହିଥିବା ପରି ବିପଦ ମାଡି ଆସିଛି ।ଗତ ୧୦ ମାସ ତଳେ ଭଡା ବୃଦ୍ଧି ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ବଡଧରଣର ଆନ୍ଦୋଳନ କରାଯାଇଥିଲା ଫଳରେ ଟ୍ରକ ମାଲିକ ମାନଙ୍କ ଭଡା ବୃଦ୍ଧି ନେଇ ସ୍ଥାନୀୟ ବିଧାୟକ ପ୍ରଶାସନ ଓ ପରିବହନ କାରୀ ସଂସ୍ଥା କମ୍ପାନୀ ପ୍ରତିନିଧି ଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନାରେ ଭଡା ବୃଦ୍ଧି ନେଇ ନିଷ୍ପତି କରାଯାଇ ଭଡା ବୃଦ୍ଧି ହୋଇଥିଲା ।ତେବେ ନିଷ୍ପତି ମୁତାବକ ୩/୪ମାସ ସବୁକିଛି ଠିକ୍ ଠାକ୍ ଚାଲିବା ପରେ ପୁଣି ଧୀରେ ଧୀରେ ଏହି ନିଷ୍ପତ୍ତି ରୁ ପରିବହନ କାରୀ ସଂସ୍ଥା ଓହରି ଯାଇଛନ୍ତି।ଏବେ ଭଡା ବୃଦ୍ଧି ନିଷ୍ପତି ତ ଦୂରର କଥା ପୁରୁଣା ରେଟ ରୁ ମଧ୍ୟ ଭଡା କାଟି ଉଚିତ ରେଟ ବଦଳରେ କମରେଟ ରେ ପରିବହନ କାରୀ ସଂସ୍ଥା ଟ୍ରକ ମାଲିକ ଙ୍କୁ ପ୍ରଦାନ କରୁଛି ।ତେବେ ପ୍ଲାଣ୍ଟ ସହିତ ସଲାସୁତାରା କରି କିଛି ଦଲାଲ ସାଜି ପରିବହନ କାରୀ ସଂସ୍ଥା ଏପରି ପରିସ୍ଥିତ ସୃଷ୍ଟି କରିଛନ୍ତି ବୋଲି ଆଜି ସଂଘ କାର୍ଯ୍ୟାଳୟ ଠାରେ ଟ୍ରକ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।ଏବଂ ଟ୍ରକ ମାଲିକଙ୍କ ବଢିଚାଲିଥିବା ଦୁର୍ଦଶା କୁ କିପରି ସମାଧାନ କରିବାକୁ ହେବ ସେଥିନେଇ ବିସ୍ତୃତ ଆଲୋଚନା କରାଯାଇ ପରିବହନ କାରୀ ସଂସ୍ଥା ର ଭଡାକଟା ନୀତିକୁ ତୀବ୍ର ବିରୋଧ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଟ୍ରକ ମାଲିକ ସଙ୍ଘ ର ସଭାପତି,ଅରବିନ୍ଦ ଭୁତିଆ ସମ୍ପାଦକ ରତନ ଶତପଥି , କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ ,ଉପଦେଷ୍ଟା ମୁରଲୀ ସାହୁ ।ଆଞ୍ଚଳିକ ଟ୍ରକ ମାଲିକ ସଂଘର ସଭାପତି ଇଂ ମାନସ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରତେକ ସେକ୍ଟର ର ଇନଚାର୍ଜ ମାନେ ଉପସ୍ଥିତ ରହି କିପରି ପରିବହନ ଓ ପ୍ଲାଣ୍ଟ ମିଶି ଭଡା କଟାନୀତି ଆପଣାଇ ଟ୍ରକ ମାଲିକଙ୍କ ପେଟକୁ ନାତ ମାରୁଛନ୍ତି ତାହା ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଆସନ୍ତା କାଲି ୨ତାରିଖ ବୁଧବାର ଠାରୁ ଟ୍ରକ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତି ନିଆଯାଇଛି ।ଯେ ପର୍ଯ୍ୟନ୍ତ ସମାଧାନ ନ ହୋଇଛି ଏହି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଟ୍ରକ ମାଲିକ ଓ ସଂଘର କର୍ମକର୍ତା ଦୃଢ଼ ନିଷ୍ପତ୍ତି ନେଇଛନ୍ତି ।। ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବା ସହିତ ସ୍ଥାନୀୟ ଉପଜିଲ୍ଲାପାଳ ଅନୁଗୁଳ ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ସହ ପରିବହନ କାରୀ ସଂସ୍ଥାର ଏଭଳି ନୀତି ଚାଲେ ତେବେ ଆଗକୁ ଏହା ବରଦାସ୍ତ କରାଯିବନି ଏବଂ ଏହାର ଉଚିତ ଜବାବ ଦିଆଯିବ ବୋଲି ଆଜି ବୈଠକରେ ନିଷ୍ପତି ନିଆଯାଇ କଡା ଚେତାବନୀ ଦିଆଯାଇଛି ।।ଏବଂ ଏହି ଆନ୍ଦୋଳନ କୁ ତାଳଚେର ଟ୍ରକ ଚାଳକ ସଂଘ ପକ୍ଷରୁ ମଧ୍ୟ ସମର୍ଥନ କରୁଥିବା ଜଣାପଡିଛି ।।

Leave a Reply

Your email address will not be published. Required fields are marked *