• Wed. Nov 12th, 2025

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ଦେହାନ୍ତ l

ByDaman TV

Sep 1, 2024
Oplus_131072
Spread the love

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ୱିନୀ ଗୁରୁଙ୍କ ପରଲୋକ । ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ । ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ବ୍ରଜରାଜନଗର ସ୍ଥିତ ବାସଭବନରେ ଆଜି ଭୋର ୪.୩୦ ସମୟରେ ପରଲୋକ ହୋଇଛି । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ଅଶ୍ୱିନୀ ଗୁରୁ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ୫ ବର୍ଷ ଯାଏ କଂଗ୍ରେସ ବିଧାୟକ ହୋଇ ସମ୍ବଲପୁରର ଅନେକ ଜନ ହିତକର ଯୋଜନାର କାମ କରିଛନ୍ତି ।ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ।

Leave a Reply

Your email address will not be published. Required fields are marked *