• Wed. Nov 12th, 2025

ବହ୍ଲର ବଙ୍ଗୁ ପଂଚାୟତ ରାସ୍ତା କାର୍ଯ୍ୟ ତୁରନ୍ତ କରିବାକୁ ସାଂସଦ ରୁଦ୍ର ପାଣି ଙ୍କ ନିର୍ଦେଶ l

ByDaman TV

Aug 31, 2024
Oplus_131072
Spread the love


ତାଳଚେର :ତା 31/8: ତାଳଚେର ବ୍ଲକ ରେ ପଂଚାୟତ ମାନଙ୍କରେ ରାସ୍ତା ସମ୍ପୂର୍ଣ ବିପର୍ଯ୍ୟୟ ହୋଇ ପଡିଛି |ବାରମ୍ବାର ଦାବୀ ଆପତ୍ତି କରିବା ସତ୍ୱେ ଶୁଣିବାକୁ କେହି ନାହିଁ |ଶନିବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅଚାନକ ତାଳଚେର ବହ୍ଲର ଛକ ଆସି ବହ୍ଲର ବଙ୍ଗୁ ଇନ୍ଦିରା ଗାନ୍ଧି ରାସ୍ତା ର ଦ୍ୱରାବସ୍ଥା ଦେଖି ଚକିତ ହୋଇଥିଲେ |ଉପସ୍ଥିତ ଜନସାଧାରଣ, ଅଂଚଳବାସୀ ଓ କାର୍ଯ୍ୟକର୍ତା ମାନେ ଏ ରାସ୍ତା ସମ୍ପର୍କରେ ସାଂସଦ ଙ୍କ ନିକଟରେ ଅଭିଯୋଗ କରିଥିଲେ |ସାଂସଦ ଶ୍ରୀ ପାଣି ତୁରନ୍ତ ତାଳଚେର ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ଏନଟିପିସି ଟିଟିପିଏସ ର ବରିଷ୍ଟ ଅଧିକାରୀ ଙ୍କୁ ଫୋନ କରି ଉକ୍ତ ସ୍ଥାନ କୁ ଡାକିଥିଲେ |ଏନଟିପିସି ଓ ଅଧିକାରୀ ଓ ବିଡ଼ିଓ ଙ୍କ ସମେତ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଂଚି ଥିଲେ |ସାଂସଦ ଶ୍ରୀ ପାଣି ଉପସ୍ଥିତ ଜନସାଧାରଣ ଙ୍କ ସମ୍ମୁଖରେ ସମସ୍ତ ସରକାରୀ ଅଧିକାରୀ ଙ୍କୁ ରାସ୍ତା ପରିଦର୍ଶନ କରାଇ ଉକ୍ତ ରାସ୍ତା ର ଉର୍ନ୍ନତି କରଣ କାର୍ଯ୍ୟ ତୁରନ୍ତ କରିବାକୁ ନିର୍ଦେଶ ଦେଇଥିଲେ |ସାଂସଦ ଙ୍କର ଏଭଳି କାର୍ଯ୍ୟ କୁ ସାଧାରଣ ରେ ବହୁ ପ୍ରଶଂସା ମିଳିଥିଲା |ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସନ୍ଥପଡା ସରପଞ୍ଚ ସହଦେଵ ସାହୁ, ମହାଦେବ ଦାସ, ପ୍ରଦୀପ ସାମଲ ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *