• Wed. Nov 12th, 2025

ବିଜେପି ସମସ୍ତ ମଣ୍ଡଳ ରେ ସଦସ୍ୟତା ଅଭିଯାନ କର୍ମଶାଳା

ByDaman TV

Aug 29, 2024
Oplus_131072
Spread the love


ତାଳଚେର :ତା 28/8:ବିଜେପି ତାଳଚେର ର ସମସ୍ତ 6 ଟି ମଣ୍ଡକ ରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ତାଳଚେର ପୌର ମଣ୍ଡଳ ପକ୍ଷରୁ ଦେଉଳବେଡା ଠାରେ ସାଧାରଣ ସମ୍ପାଦକ ନିରୋଜ ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ କର୍ମଶାଳା ଜିଲ୍ଲା ସଦସ୍ୟତା ଅଭିଯାନ ସହ ସଂଯୋଜକ ପର୍ଶୁରାମ ବାରିଜ ଯୋଗଦେଇ ନିଜେ ସଦସ୍ୟ ହେବା ସହ ପରିବାର ଏବଂ ନିଜ ବୁଥ ସ୍ତରରେ ଘର କୁ ଘର ଯାଇ ଅଧିକ ରୁ ଅଧୁଜ ସଦସ୍ୟ କରିବା ଉପରେ ଆହ୍ୱାନ ଦେଇଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ସଦସ୍ୟତା ଅଭିଯାନ ର ରୂପରେଖ ଉପରେ ଆଲୋକପାତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ସାମଲ, ଜ୍ଞାନେନ୍ଦ୍ରୀୟ ସେଠି, ସଂଯୁକ୍ତା ମହାରଣା, ସଂକଳ୍ପ ସାହୁ,ମନୋଜସ୍ୱାଇଁ, କାଉନ ସିଲର ସ୍ୱାଧୀନ ଥମ୍ବ ଓ ଅନିତା ବିଶ୍ୱାଳ ଓ ସନ୍ତୋଷ ବେହେରା, ପୁର୍ଣଚନ୍ଦ୍ର ବେହେରା, ରାଜେଶ ଦଳେଇ, ଜଗଦୀଶ ସିଂହ, ବିଜୟ ନାଏକ, ବାଲ୍ମୀକି ପ୍ରସାଦ କେଶରୀ, ଅକ୍ଷୟ ବିଶ୍ୱାଳ ,ବିଶ୍ୱରଂଜନ ତୁଙ୍ଗ, ସୁବ୍ରତ ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ସେହିପରି ହିଙ୍ଗୁଳା ମଣ୍ଡଳ ରେ ରାଜେନ୍ଦ୍ର ସିଂହ, ଗୋପାଳ ସାହୁ, ବ୍ରାହ୍ମଣୀ ମଣ୍ଡଳ ରେ ନରେଶ ଚନ୍ଦ୍ର ବେହେରା, ଲୋକନାଥ ସାହୁ , ନରେଶ ଚନ୍ଦ୍ର ଦାସ, ଖଇରା ପ୍ରଧାନ, ଅଜୟ ସାହୁ, ରେଳ ମଣ୍ଡଳ ରେ ବରୁଣ ସାହୁ, ପ୍ରଶାନ୍ତ ନନ୍ଦ, ସହଦେଵ ସାହୁ, ବୃନ୍ଦାବନ ବେହେରା ଙ୍କ ସମେତ ସମସ୍ତ ମଣ୍ଡଳ ରେ ମଣ୍ଡଳ କମିଟି ର ଶତାଧିଜ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *