ତାଳଚେର :ତା 26/8: ପବିତ୍ର ଜନ୍ମାଷ୍ଟମୀ ରେ ବେଦାନ୍ତ କେଶରୀ ବ୍ରହ୍ନଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ପୁଣ୍ୟତିଥି |ଏହିଦିନ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା |ସ୍ୱାମୀ ଜୀ ଙ୍କର ଜନ୍ମସ୍ଥାନ ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ |ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଏକ ବିଗ୍ରହ ତାଙ୍କ ନିଜସ୍ୱ ଗ୍ରାମ ଗୁରୁଜାଙ୍ଗ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ବର୍ଷେ ପୂର୍ବେ ସ୍ଥାପିତ ହୋଇଛି |ଆଜି ତାଙ୍କର ପୁଣ୍ୟ ତିଥି ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁଜାଙ୍ଗ ଗ୍ରାମକୁ ଯାଇ ସ୍ୱାମୀଜୀ ଙ୍କର ବିଗ୍ରହ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |ସ୍ୱାମୀ ଜୀ ସାମାଜିକ ସମରସତା ର ପ୍ରତୀକ ଥିଲେ ମହିଳା ଙ୍କୁ ଶିକ୍ଷିତ କରି ଆତ୍ମନିର୍ଭର କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦୀ ସାମଲ, ବରିଷ୍ଠ ନେତା ତେଜସ୍ୱର ପରିଡା, ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା, ରାଜେନ୍ଦ୍ର ସିଂହ, ଦେବେନ୍ଦ୍ର ବାରିକ, ନରେନ୍ଦ୍ର ସାହୁ, ମଣ୍ଡଳ ପ୍ରଭାରୀ ଲୋକନାଥ ସାହୁ, ବରୁଣ ସାହୁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ ,କାଳନ୍ଦୀ ପ୍ରଧାନ, ନିରୋଜ ଦାସ, ଖାଇରା ପ୍ରଧାନ, ନରେଶ ଚନ୍ଦ୍ର ଦାସ, କାର୍ତିକ ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
Oplus_131072 