• Wed. Nov 12th, 2025

ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକା ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା

ByDaman TV

Aug 23, 2024
Oplus_131072
Spread the love

ସୁନ୍ଦରଗଡ଼, ୨୩/୦୮: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକା ତଥା ପ୍ୟାରିସ ଅଲିମ୍ଫିକ୍ସ ର କାଂସ୍ୟ ପଦକ ବିଜେତା ଶ୍ରୀ ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

 ଆଜି ସକାଳେ ଅଲିମ୍ଫିଆନ୍ ଶ୍ରୀ ରୋହିଦାସ ସର୍କିଟ ହାଉସ ପହଞ୍ଚିବା ପରେ  ସେଠାରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ। ପରେ ପରେ ସହର ମଧ୍ୟରେ ଏକ ରଙ୍ଗାରଙ୍ଗ ରୋଡ ଶୋ  ଅନୁଷ୍ଠିତ  ହୋଇଥିଲା। ଏହି ରୋଡ ଶୋ  ଟି ସର୍କିଟ ହାଉସ ରୁ ଡି.ଆର୍. ଡି. ଏ. ଛକ, ବ୍ୟାଙ୍କ୍ ଛକ, ମ୍ୟୁନିସପାଲିଟି ଛକ ଦେଇ ବିକାଶ ଭବନ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
   ବିକାଶ ଭବନ ଠାରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ସମାରୋହ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ,  ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବିଶ୍ଵ କେସନ ପାଣ୍ଡେ, ଶ୍ରୀ ରୋହିଦାସ ଙ୍କ କୋଚ୍ ଶ୍ରୀ ବିଜୟ ଲାକ୍ରା , ବରିଷ୍ଠ କୋଚ୍ ଶ୍ରୀ ତେଜ 

ଖେସ୍, ସ୍ପୋର୍ଟସ ହଷ୍ଟେଲ ର ସମସ୍ତ କୋଚ୍ ଏବଂ ଛାତ୍ର ଛାତ୍ରୀ ତଥା କ୍ରୀଡ଼ା ପ୍ରେମୀ,ଜିଲ୍ଲା କ୍ରୀଡ଼ା ସଂସଦ , ଜିଲ୍ଲା ହକି ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମହାଜନ ଅଲିମ୍ଫିଆନ ଶ୍ରୀ ରୋହିଦାସ ଙ୍କ ବାଲ୍ୟ କାଳ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ଜୀବନୀ ସମସ୍ତ ଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି କହିଥିଲେ।
ଏହି ଅବସର ରେ ଶ୍ରୀ ରୋହିଦାସ ଛୋଟ ବେଳେ କିଭଳି ଭାବେ ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ନିଜ ଲକ୍ଷ୍ୟ ସାଧନ ନିମନ୍ତେ ଆଗେଇ ଆସିଥିଲେ ସେହି ଉପରେ ନିଜର ଅଭିଜ୍ଞତା ବଖାଣି ଥିଲେ। ସେହିପରି ନିଜର ଅଲିମ୍ଫିକ ଅଭିଜ୍ଞତା ମଧ୍ୟ ବାଣ୍ଟି ଥିଲେ। ଏବଂ ପ୍ରତ୍ୟେକ ଛାତ୍ର ଛାତ୍ରୀ ସମୟାନୁବର୍ତ୍ତିତା ହେବାକୁ ଉପଦେଶ ଦେବା ସହିତ ଜୀବନର ସମସ୍ତ ବାଧା ବିଘ୍ନ କୁ ଖାତିର ନ କରି ନିଜ ନିଜର ଲକ୍ଷ୍ୟ ହାସଲ ପାଇଁ ସର୍ବଦା ତତ୍ପର ରହିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ଶ୍ରୀମତୀ ସ୍ୱାଗତିକା ପଣ୍ଡା ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *