ତାଳଚେର :ତା 16/8: ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କର ପୁଣ୍ୟ ତିଥି ପାଳିତ ହୋଇଯାଇଛି |ତାଳଚେର ପୌର ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ସତ୍ୟବନ୍ତ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେପି ନେତା ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦୀ ସାମଲ ଯୋଗଦେଇ ବିଜେପି କାର୍ଯ୍ୟକର୍ତା ମାନେ ବାଜପେୟୀ ଙ୍କର ଆଦର୍ଶ କୁ ଅନୁପ୍ରାଣିତ କରନ୍ତୁ ବୋଲି ପ୍ରକାଶ କରିଥିଲେ |ବାଜପେୟୀ ଆମ ରାଷ୍ଟ୍ରବାଦ, ଓଡିଶା ଅସ୍ମିତା ତଥା ବାଜପେୟୀ ଙ୍କର ବିଚାରଧାରା ରେ କାର୍ଯ୍ୟକର୍ତା ଅନୁପ୍ରାଣିତ ହୋଇ ଆଗକୁ ବଢନ୍ତୁ ବୋଲି କହିଥିଲେ |ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ବାଜପେୟୀ ଙ୍କର ଜୀବନୀ ଏବଂ ଦେଶ ପାଇଁ କରିଥିବା କାର୍ଯ୍ୟ ଉପରେ ବିଶେଷ ଭାବେ ଉପସ୍ଥାପନ କରିଥିଲେ |ମଣ୍ଡକ ସାଧାରଣ ସମ୍ପାଦକ ନିରୋଜ ଦାସ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ, ମହିଳା ମୋର୍ଚା ସଭାନେତ୍ରୀ ମିଲ୍ଲୀ ପ୍ରଧାନ, ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ରୀୟ ସେଠି, ବାଲ୍ମୀକି ପ୍ରସାଦ କେଶରୀ, କାଳନ୍ଦୀ ପ୍ରଧାନ, ବିଏମଏସ ନେତା ଭରତ ଭୁତିଆ, ମନୋରଞ୍ଜନ ପ୍ରଧାନ, ଅଶୋକ ସାମନ୍ତ, ଚନ୍ଦନ ପ୍ରଧାନ, କାଉଁ ସିଲର ଅନିତା ବିଶ୍ୱାଳ, ମୃଣାଳିନୀ ପଟ୍ଟନାୟକ, ସୁଫଳା ପୃଷ୍ଟି, ପ୍ରଶାନ୍ତ ଦାସ, ସଂଯୁକ୍ତା ମହାରଣା, ପୂର୍ଣଚନ୍ଦ୍ର ବେହେରା,ଜଗଦୀଶ ସିଂହ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
Oplus_131072 