• Wed. Nov 12th, 2025

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ. ଆଇ. ୧୯୮ସଦସ୍ୟ

ByDaman TV

Aug 9, 2024
Oplus_131072
Spread the love

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ନାଲକୋ ଏଲ.ଏ.ପି./ଆଇ. ଟି. ଆଇ. ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ଅଭିନନ୍ଦନ ଜଣାଇଛନ୍ତି ।ସୌଜନ୍ୟ ମୂଳକ ସାକ୍ଷାତ ସମୟ ରେ ଉପସ୍ଥିତ ନୂତନ ନିର୍ବାଚିତ ଅନୁଗୋଳ ବିଧାୟକ ମହୋଦୟ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ମହୋଦୟ ଶ୍ରୀଯୁକ୍ତ ଅଗସ୍ତି ବେହେରାଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ର ଏକ ୨୦ଜଣିଆ ପ୍ରତିନିଧି ମଣ୍ଡଳୀ ସଭାପତି ଦିବ୍ୟ ରଂଜନ ଦାସ, ସାଧାରଣ -ସମ୍ପାଦକ ଶଶାଙ୍କ ଶେଖର ସାମଲ ,କାର୍ଯ୍ୟକାରୀ-ସଭାପତି ସୋଭାଗ୍ୟ ସାହୁ,ଉପ -ସଭାପତି ଯୋଗେଶ ସାମଲ ,ସମ୍ପାଦକ ପାଣ୍ଡବ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଜ୍ୟୋତି ରଞ୍ଜନ ବେହେରା,ସୁଶାନ୍ତ ବିଶ୍ୱାଳ, ସୂର୍ଯ୍ୟ କାନ୍ତ ପୃଷ୍ଟି, ସନ୍ତୋଷ ବେହେରା, ପ୍ରଶ୍ନ ସେନାପତି, ପ୍ରଶାନ୍ତ ବେହେରା, ଶ୍ରକାନ୍ତ ସାହୁ,ତାପସ ଲେଙ୍କା ,ଆନନ ବିଶ୍ୱାଳ,ମହିଳା ନେତ୍ରୀ ବନିତା ପ୍ରଧାନ,ଆରତୀ ନାଏକ , ସୁଶ୍ରୀ ବୈଦ୍ୟ, କୁମୁଦିନି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।ସାକ୍ଷାତ ସମୟରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) ୧୯୮କ୍ଷତିଗ୍ରସ୍ତ ପ୍ରଜା କିପରି ନାଲକୋ କାରଖାନା ରେ ସ୍ଥାୟୀ ନିଯୁକ୍ତି ସୁଯୋଗ ପାଇବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ
ସଙ୍ଘ ପ୍ରତିନିଧି ମଣ୍ଡଳୀ
ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ବର୍ଷ ସମସ୍ୟା ବିଷୟରେ ଖୁବ ଶୀଘ୍ର ଏହାର ସମାଧାନ ବାଟ ବାହାର କରି ଏହା ଉପରେ କିପରି ନ୍ୟାୟ ପାଇବେ ସେ ବିଷୟରେ ଏହାର ସମାଧାନ ଦିଗରେ ସରକାର ପଦକ୍ଷେପ ନେବେ।ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ ବିଜେପି ଉପ-ସଭାପତି ଶ୍ରୀଯୁକ୍ତ ଅମୀୟ ତ୍ରିପାଠୀଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *