• Wed. Nov 12th, 2025

ଚଳିତ ମାସ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୋଳ ଗସ୍ତ l

ByDaman TV

Jul 4, 2024
Spread the love


ଅନୁଗୁଳ: ତା ୪/୭: ଓଡ଼ିଶାର ରତ୍ନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ ଙ୍କ ସରକାର ରେ ତୃତୀୟ ପାଳି ରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି।ଜୁଲାଇ ୫ ସମ୍ବଲପୁର ରେ ପହଂଚି ସେଠାରୁ କୁଚିଣ୍ଡା ଯାଇ ମା ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବେ।କୁଚିଣ୍ଡା ରେ ଉପଖଣ୍ଡ ସ୍ତରୀୟ ସରକାରୀ ଅଧିକାରୀ ଙ୍କର ଏକ ବୈଠକରେ ଯୋଗଦେବେ।କୁଚିଣ୍ଡା ଟାଉନ ହଲ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ।ସେଠାରୁ ଦେବଗଡ଼ ଜିଲ୍ଲା ଗସ୍ତ କରି ତିଳେଇବଣି ବ୍ଲକ ରେ ଶ୍ରୀ ସିଦ୍ଧେଶ୍ୱର ମନ୍ଦିରରେ ଦର୍ଶନ କରିବା ସହ ଗୋପାଳ ଜୀ ମନ୍ଦିର ଦେବଗଡ଼ ରେ ଦର୍ଶନ କରିବେ।ଦେବଗଡ଼ କଲେଜ ଠାରେ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ।ସେଠାରୁ ଅନୁଗୁଳ ଜିଲ୍ଲା ଗସ୍ତ କରି ଛେଣ୍ଡିପଦା ଆସି ରାତ୍ରୀ ଯାପନ କରିବେ।ଜୁଲାଇ ୬ ଶନିବାର ସକାଳେ ବ୍ରାହ୍ମଣ ବିଲ ଗ୍ରାମରେ ମା ଡାକେଶ୍ୱରୀ ଓ ପାତ୍ରପଡା ରେ ମା ବାୟାଣୀ ଙ୍କୁ ଦର୍ଶନ କରିବେ।ସେଠାରୁ ତାଳଚେର ଯାଇ ଗୋପାଳ ପ୍ରସାଦ ସ୍ଥିତ ମା ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ।ସେଠାରୁ ତାଳଚେର ଧରମ ପୁର ପଂଚାୟତ ସ୍ଥିତ ଦିନଦୟାଲ ନଗର ଯାଇ,କିଛି ସମୟ ବିତାଇବା ପରେ ଅନୁଗୁଳ ଯାଇ ମା ବୁଢୀ ଠାକୁରାଣୀ ଙ୍କୁ ଦର୍ଶନ କରିବେ।ପରେ ତଳମୂଳ ଗ୍ରାମରେ ମା କନକ ଦୁର୍ଗା ମନ୍ଦିର ରେ ଦର୍ଶନ କରିବେ।ସେଠାରୁ ଢେଙ୍କାନାଳ ଜିଲ୍ଲା ଆମ୍ବିଠି ଯାଇ ମା ବନଦୁର୍ଗା ମନ୍ଦିରରେ ଦର୍ଶନ କରିବେ।ସେଠାରୁ ଭୁବନେଶ୍ୱର ଯାଇ ଜୟଦେବ ଭବନରେ ଲୋକ ସେବକ ମଣ୍ଡଳ ଦ୍ୱାରା ଆୟୋଜିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ପୁଣ୍ୟଟିଥି ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସେଠାରୁ ପୁରୀ ଯାଇ ରାତ୍ରୀ ଯାପନ କରିବେ।ଜୁଲାଇ ୭ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ରେ ସାମିଲ ହୋଇ ସନ୍ଧ୍ୟାରେ ନୁଆଁ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।ସମ୍ବଲପୁର ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଭାବେ ଯୋଗଦେବା ପରେ କୁଚିଣ୍ଡା, ଦେବଗଡ଼, ଛେଣ୍ଡିପଦା ଓ ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା କୁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ,ନିଜର ପ୍ରିୟ ନେତା ଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇ ଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *