• Tue. Nov 11th, 2025

ନିର୍ବାଚନ ଜିତିବାପରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି l

ByDaman TV

Jun 5, 2024
Spread the love


ତାଳଚେର:ତା ୫/୬:ଢେଙ୍କାନାଳର ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ପାଣି ବୁଧବାର ତାଳଚେର ଗସ୍ତ କରି ଦିନ ଦୟାଲ ନଗର ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ, ତାଙ୍କର ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ସହ ଦୀର୍ଘ ସମୟ ଧରି ଶ୍ରୀ ପାଣି ଆଲୋଚନା କରିଥିଲେ।ସେହିପରି ହିନ୍ଦୋଳ ର ନବ ନିର୍ବାଚିତ ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଡାକ୍ତର ପ୍ରଧାନ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।ଅନୁଗୁଳ ଜୋନାଲ ବିଜେପି ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ, ଅଶୋକ ସାମନ୍ତ ଙ୍କ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *