କଟକ 29/11/24 ବିଜୟ ମର୍ଚେଣ୍ଟ ଟ୍ରଫି ଅଣ୍ଡର 16 ଟୁର୍ନାମେଣ୍ଟ ନିମନ୍ତେ ଓଡିଶା ଦଲରେ ଫାଇନାଲ ଲିଷ୍ଟ ରେ ରାଇରଙ୍ଗପୁର ର ରୋଶନ ଚୌଧୁରୀଙ୍କ ଚୟନରେ ସାରା ସହରରେ ଖୁଶି ର ଲହରୀ ଖେଳିଯାଇଛି। ରାଇରଙ୍ଗପୁର ୱାର୍ଡ ନ: 5 ର ମୋନାଲିସା ଚୌଧୁରୀ ଓ ଜଗନ୍ନାଥ ଚୌଧୁରୀଙ୍କ 15 ବର୍ଷିଅ ସଂତାନ ରୋଶନ ଚୌଧୁରୀ ଲିଟିଲ ଫ୍ଲାଓର ସ୍କୁଲର ଦଶମ ଶ୍ରେଣୀର ଛାତ୍ର କିନ୍ତ କ୍ରିକେଟ ଖେଳ ପ୍ରତି ତାଙ୍କର ଆକର୍ଷଣ ବାଲ୍ୟକାଳରୁ ଲକ୍ଷ୍ଯ କରାଯାଇଥାଏ। ପରେ ମୟୁରଭଞ୍ଜ ଟିମ ଏବଂ ବର୍ତ୍ତମାନ ଓଡିଶା ଜୁନିଅର ଦଲରେ ସ୍ଥାନିତ ହେବାରେ କୋଚ ଏବ ସେଲେକ୍ଟରମାନଙ୍କୁ ତାଙ୍କର ମାର୍ଗଦର୍ଶନ ପାଇଁ ରୋଶନ ର ପରିବାର ଓ ବନ୍ଧୁବର୍ଗ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ମୟୁରଭଞ୍ଜ ଏଥଲେଟିକ୍ସ ଏସୋସିଏସନ ର ସମସ୍ତ ସଦସ୍ୟଙ୍କ ସହ ସଂପାଦକ ଶ୍ରୀ ବିଜୟ କୁମାର ଦାଶ ,ଏବଂ ଓଡିଶା କ୍ରିକେଟ ଆସୋସିଏସନ ର ସଂପାଦକ ଶ୍ରୀ ସଂଜୟ ବେହେରାଙ୍କୁ ରାଇରଙ୍ଗପୁର ବାସୀଙ୍କ ତରଫରୁ ଅଶେସ କୃତଜ୍ଞତା ଜ୍ଞାପନ କରାଯାଇଛି। ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Oplus_131072 