• Wed. Nov 12th, 2025

ନିୟମ ମାନିଲେନି କାଉଡ଼ିଭକ୍ତ ପ୍ଲାଷ୍ଟିକ ମୟ କପିଳାସ

ByDaman TV

Jul 30, 2024
Oplus_0
Spread the love

ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ବାବା ଚନ୍ଦ୍ରଶେଖରଙ୍କ ପାଖରେ ଅନ୍ୟୁନ୍ୟ ୫୦.୦୦୦ରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି । କାଉଡ଼ିଆଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ଏବଂ ଅନ୍ୟସ୍ଥାନ ଗୁଡିକରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ସୁରୁଖୁରୁରେ ଜଲଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ହେଲେ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ଲାଷ୍ଟିକ ମୟ ହୋଇଥିଲା ବାବା ଚନ୍ଦ୍ରଶେଖରଙ୍କ ପୀଠ । ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ରେ ପାଣି ଆଣିବାକୁ ନିଷେଧ କରାଯାଇଥିବା ବେଳେ, ଏହାକୁ ବହୁ କାଉଡ଼ିଆ ଅମାନ୍ୟ କରି ପ୍ଲାଷ୍ଟିକ ଗଡୁରେ ଜଳଲାଗି ପାଇଁ ପାଣି ଆଣିଥିଲେ । ଯାହାଫଳରେ ପୁଣି ଗେରୁଆ ପ୍ଲାଷ୍ଟିକମୟ ହୋଇଯାଇଥିଲା , ଏହାକୁ ସଫେଇ କରିବାରେ କର୍ମଚାରୀ ନୟାନ୍ତ ହୋଇପଡିଥିବା ଦେଖା ଦେଇଥିଲା । ଅନ୍ୟପଟେ କିଛି କାଉଡ଼ିଆ ଜଳଲାଗି ପରେ ପ୍ଲାଷ୍ଟିକ ଗଡୁ ଗୁଡିକ ଜଙ୍ଗଲ ଭିତରକୁ ଫିଙ୍ଗିଦେଇଥିଲେ, ଯାହାକୁ ସେଠାରୁ ଆଣିବା ସମ୍ଭବପର ନଥିଲା ।

Leave a Reply

Your email address will not be published. Required fields are marked *