ତାଳଚେର:ତା୨୬/୬: ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ, ଉଜ୍ଜଲା ପୁରୁଷ ,ନୂତନ ଓଡ଼ିଶାର ଧର୍ମପଦ, ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ କୁ ତାଳଚେର ର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ରେ ତାଳଚେର ସାଉଥ ବଲଣ୍ଡା ଠାରେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଅନୁଗୁଳ ଜୋନାଲ ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ, ହର ମୋହନ ମିଶ୍ର, ଯସ୍ମୀନ ପ୍ରଧାନ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
Oplus_0 