• Tue. Nov 11th, 2025

ମଦ ପିଇ ଲକ୍ଷ୍ମୀ ବସ ଗାଡି ଚଳାଉଥିଲେ ମଦୁଆ ଚାଳକ

ByDaman TV

Mar 26, 2024
Spread the love

ଦମନଟିଭି ନ୍ୟୁଜ-ଅନୁଗୋଳ -ଧରା ପଡିଲେ ମଦୁଆ ଚାଳକ, ମଦ ପିଇ ଚଳାଉଥିଲେ ଗାଡି, ଯାତ୍ରୀ ମାନଙ୍କ ଜୀବନ ସହ ଖେଳୁଥିଲେ ଖେଳ ବାନ୍ଧି ନେଲା ପୋଲିସ l ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଡାବରଧୁଆଁ ଛକ ଠାରୁ ଲକ୍ଷ୍ମୀ ବସ ଡ୍ରାଇଭର କୁ ପୋଲିସ ଅଟକ ରଖିଛି। ସୂଚନା ଯେ, ଅନୁଗୋଳ ଅଞ୍ଚଳରୁ ବଡ କେରଜାଙ୍ଗ ଆଡକୁ ଲୋକ ମାନଙ୍କୁ ନେଇ ଲକ୍ଷ୍ମୀ ବସ ଯାଉଥିଲା। ଡ୍ରାଇଭର ର ବେପାରୁଆ ଗାଡି ଚାଳନା ପାଇଁ ଲୋକ ମାନେ ବିରୋଧ କରିଥିଲେ। ପରେ ଲୋକ ମାନେ ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର ଜଣ ଙ୍କ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ଯାହା ଫଳରେ ଲୋକ ମାନେ ଡାବରଧୁଆଁ ଛକ ଠାରେ ଗାଡି ରୁ ଓହ୍ଲାଇବା ସହ ଡ୍ରାଇଭର କୁ ଅଟକ ରଖିବା ସହ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ମାନେ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସ କୁ ଅଟକ ରଖିଛି । ଏ ଘଟଣା ବିଷୟରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛନ୍ତି।

Leave a Reply

Your email address will not be published. Required fields are marked *