• Tue. Nov 11th, 2025

ଦିନଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ l

ByDaman TV

Sep 25, 2025
Oplus_16908288
Spread the love

ତାଳଚେର /ତା 25/09: ତାଳଚେର ର ବିଭିନ୍ନ ସ୍ଥାନରେ ବିଭିନ୍ନ ମଣ୍ଡଳ ରେ ବିଜେପି ମଣ୍ଡଳ ସଭାପତି ଙ୍କ ନେତୃତ୍ୱ ରେ ପଣ୍ଡିତ ଦିନଦୟାଲ ଙ୍କର 110 ତମ ଜୟନ୍ତୀ ପାଳନ କରାଯାଇଛି |ତାଳଚେର ପୌର ମଣ୍ଡଳ ତରଫରୁ ଦେଉଳବେଡା ବିଏମଏସ କାର୍ଯ୍ୟାଳୟ ରେ ଦିନଦୟାଲ ଙ୍କ ଜୟନ୍ତୀ ପାଳିତ ହୋଇଛି |ପଣ୍ଡିତ ଦିନଦୟାଲ ଙ୍କର ଜୀବନୀ, ଦେଶପାଇଁ କରିଥିବା କାର୍ଯ୍ୟ ଏବଂ ଜନସଙ୍ଘ ରୁ ବିଜେପି ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ବିଭିନ୍ନ ବକ୍ତା ମାନେ ମତ ପ୍ରକାଶ କରିଥିଲେ |ଏକାତ୍ମ ମାନବବାଦ, ଅନ୍ତଦ୍ୟୋୟ ଭଳି ବିଷୟ ଉପରେ ଆଲୋଚନା ତଥା ଲକ୍ଷ ଅନ୍ତୋଦୟ, ପଥ ଅନ୍ତୋଦୟ, ପଣ ଅନ୍ତୋଦୟ ଭଳି ବିଚାର କୁ ନେଇ ବିଜେପି ଆଜି କାର୍ଯ୍ୟରତ ଏବଂ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦିଆ ଯାଇଥିଲା |ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ପ୍ରକାଶ ମହାରଣା, ମନୋଜ ପ୍ରଧାନ, ଚୈତନ୍ୟ ପ୍ରଧାନ, ଜିତେନ୍ଦ୍ର ଦାସ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |ପ୍ରାକ୍ତନ ମଣ୍ଡଳ ସଭାପତି ଯଶୋବନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ କାଉନ ସିଲର ସ୍ୱାଧୀନ ଥମ୍ବ, ପ୍ରାକ୍ତନ କାଉନ ସିଲର ଅକ୍ଷୟ ବିଶ୍ୱାଳ, ପୂର୍ଣଚନ୍ଦ୍ର ବେହେରା, ଜଗଦୀଶ ସିଂହ ଙ୍କ ସମେତ ପୌର ମଣ୍ଡଳ ର ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *