• Wed. Nov 12th, 2025

ରାମଚନ୍ଦ୍ର ବଜାର ଗଣେଶ ପୂଜା କମିଟି ପକ୍ଷରୁ ସମୀକ୍ଷା ଓ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ByDaman TV

Oct 24, 2024
Spread the love

ଦମନ ଟିଭି ନ୍ୟୁଜ
(ସୁଧୀର ନୂତନ ସଭାପତି ଓ ସନ୍ତୋଷ ସାଧାରଣ ସମ୍ପାଦକ )
ତାଳଚେର ୨୩/୧୦ ତାଳଚେର ରାମଚନ୍ଦ୍ର ବଜାର ଗଣେଶ ପୂଜା କମିଟି ପକ୍ଷରୁ ଆଜି ବଜାର ସ୍ଥିତ ପୂଜା ମଣ୍ଡପ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଦିଲୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଗତ ବର୍ଷର ଆୟ ବେୟ ର ହିସାବ ଉପସ୍ଥାପନ କରାଯାଇଥିଲା ।ଓ ବିଗତ ବର୍ଷର ଦେଖାଦେଇଥିବା ସମସ୍ୟା ଓ ବଜାର ସମ୍ବଧିୟ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ ।ଏବଂ ବିଗତ ବର୍ଷ ଗଣେଶ ପୂଜା ରେ ବଜାର ପକ୍ଷରୁ ମହାଡମ୍ବର ସହ ପୂଜାକୁ ପାଳନ କରିବା ସହିତ ଉତ୍ତମ ପୂଜା ମଣ୍ଡପ କୁ ସାଜସ୍ଵଜା କରି ଅଗଣିତ ଶ୍ରଦ୍ଧାଳୁଙ୍କ ପ୍ରସଂଶାର ପାତ୍ର ରାମଚନ୍ଦ୍ର ବଜାର ହୋଇଥିବା ଓ କେନ୍ଦ୍ରୀୟ କମିଟି ର ଚୟନ କ୍ରମେ ପୁରସ୍କାର ଲାଭ କରିଥିବାରୁ ଏଥିପାଇଁ ପୂଜା କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ରାମଚନ୍ଦ୍ର ବଜାର ଗଣେଶ ପୂଜା କୁ କିପରି ଅଧକରୁ ଅଧିକ ଆକର୍ଷଣୀୟ କରାଯିବ ଓ ପ୍ରତିଦ୍ୱନ୍ଦିତା ଦୌଡ଼ରେ ଭାଗ ନେଇ ସର୍ବାଗ୍ରେ ରହିବ ସେଥିନେଇ ସମସ୍ତେ ଏକ ହୋଇ ପୂଜାକୁ ସହଯୋଗ କରିବାକୁ ଦୃଢ ନିଷ୍ପତ୍ତି ନିଆଯାଇଛି।ଏହାଛଡା ଆଜି ଆସନ୍ତା ବର୍ଷ ପାଇଁ ନୂତନ କର୍ମକର୍ତା ।ଚୟନ କରାଯିବା ପାଇଁ ଆଲୋଚନା କରିବା ସହିତ ଚଳିତ ବର୍ଷ ପାଇଁ ସୁଧୀର କୁମାର ପଟ୍ଟନାୟକ ଙ୍କୁ ନୂତନ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ଅଗ୍ରୱାଲ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା ।ସେହିପରି ମୟଙ୍କ ଶର୍ମା ଉପସଭାପତି ସ୍ୱାଧୀନ ଖୁଣ୍ଟିଆ ସହସମ୍ପଦକ ଓ କୋଷାଧ୍ୟକ୍ଷ ଭାବେ ସଚିନ ଖୁଣ୍ଟିଆ ଙ୍କୁ ନୂତନ ଭାବେ ମନୋନୀତ କରାଯାଇଛି ।ତେବେ ନୂତନ ସଭାପତି ମନୋନୀତ ହେବା ପରେ ଆଗାମୀ ଦିନରେ କମିଟିର ସମସ୍ତ କର୍ମକର୍ତା ,ସଦସ୍ୟ ମାନଙ୍କ ମିଳିତ ନିଷ୍ପତ୍ତି ଅନୁଯାୟୀ ଓ କମିଟିରେ ଥିବା ପୂର୍ବତନ କର୍ମକର୍ତା ଙ୍କ ଅଭିଜ୍ଞତା କୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନୂତନ ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।।

Leave a Reply

Your email address will not be published. Required fields are marked *