ତାଳଚେର :ତା 24/09: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଜନ୍ମଦିନ ସେପ୍ଟେମ୍ବର 17 ତାରିଖ ରେ ପାଳିତ ହୋଇଛି |ବିଜେପି ପକ୍ଷରୁ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ପର୍ଯ୍ୟନ୍ତ 15 ଦିନ ବ୍ୟାପି ସେବାପକ୍ଷ ପାଳନ କରାଯାଉଛି |ସ୍ଵଛଭାରତ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ଆଦି ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟ କରାଯାଉଛି |ଆଜି ବୁଧବାର ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ବିଧାନସଭା ସଂଯୋଜକ ରତ୍ନାକର ସାହୁ ଅନୁଷ୍ଠାନିକ ଭାବେ ଉକ୍ତ ଶିବିର କୁ ଉଦଘାଟନ କରିଥିଲେ |ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିର ରେ ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ଦଳେଇ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ସିଂହ, ବରୁଣ ସାହୁ, ଲୋକନାଥ ସାହୁ, ବିରଞ୍ଚି ପାଣି, ସହଦେଵ ସାହୁ, ସୁଶାନ୍ତ ପ୍ରଧାନ, ମନୋଜ ପ୍ରଧାନ, ଜସ୍ମିନ ପ୍ରଧାନ, ବିଭୁତି ସାହୁ, ରଙ୍ଗାଧର ନାହାକ, ଅଖିଳ ସାମଲ, ପ୍ରଭାତୀନି ଆଚାର୍ଯ୍ୟ, ଜିତେନ୍ଦ୍ର ଦାସ, ସତ୍ୟବନ୍ତ ସାହୁ, ଦୟାସାଗର ମିଶ୍ର, ମଣ୍ଡଳ ସଭାପତି ମାନସ ସାହୁ, ରାଜେଶ ଦଳେଇ, ଅଜୟ ସାହୁ, ଦୀପକ ଦାସ ଓ ସନ୍ତୋଷ ମହାନ୍ତି, କାଉନ ସିଲର ସନ୍ତୋଷ ବେହେରା ଓ ଅନିତା ବିଶ୍ୱାଳ, ମୃଳାଲିନି ପଟ୍ଟନାୟକ, ରଶ୍ମିତା ସାହୁ, ସଂକଳ୍ପ ସାହୁ, ପୂର୍ଣଚନ୍ଦ୍ର ବେହେରା, ସୁନୀଲ ପଟ୍ଟନାୟକ, ସୁନୀଲ ବିଶ୍ୱାଳ, ମିଲ୍ଲୀ ପ୍ରଧାନ, ଜଗଦୀଶ ସିଂହ, ଜଗଦୀଶ ମିଶ୍ର, ଅମିତ କୁମାର ଦାସ, ଅର୍ଜୁନ ଭୁତିଆ, ସନ୍ତୋଷ ମହାଶୁପକର, ଚୈତନ୍ୟ ପ୍ରଧାନ, ବିନ୍ଦା ସିଂହ, ଗୋପାଳ ସାହୁ, ଯଶୋବନ୍ତ ଦାସ, ବିଜୟ ସାହୁ, ଅକ୍ଷୟ ବିଶ୍ୱାଳ, ସୁନୀଲ ବିଶ୍ୱାଳ, ଅନନ୍ତ ଚରଣ ନାହାକ, ସୁକାନ୍ତ ରାୟ, ଅଶୋକ ସାମଲ, ସୁଦର୍ଶନ ମହାନ୍ତି, ଶମ୍ଭୁନାଥ ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ଉକ୍ତ ଶିବିର ରେ 58 ୟୁନିଟ ବ୍ଲଡ଼ ସଂଗ୍ରହ କରାଯାଇଥିଲା |

