• Wed. Nov 12th, 2025

ବିଜେପି ର ସଦସ୍ୟତା ଅଭିଯାନ ପର୍ବ ସର୍ବବ୍ୟାପି ସର୍ବ ସମାବେଶୀ କରିବାକୁ ରୁଦ୍ର ପାଣି ଙ୍କ ଆହ୍ୱାନ l

ByDaman TV

Aug 24, 2024
Oplus_131072
Spread the love



ଅନୁଗୁଳ :ତା 24/8:ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି |ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କର୍ମଶାଳା କୁ ବରିଷ୍ଠ ବିଜେପି ନେତା ତଥା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ |ଅନୁଗୁଳ ଜିଲ୍ଲା ରେ ବିଜେପି ର ସଦସ୍ୟତା ଅଭିଯାନ ସର୍ବସ୍ପର୍ଶୀ ସର୍ବ ବ୍ୟାପି ସର୍ବ ସମାବେଶୀ କରିବାକୁ ସାଂସଦ ଶ୍ରୀ ପାଣି ଆହ୍ୱାନ ଦେଇଥିଲେ |ଅନୁଗୁଳ ଜିଲ୍ଲା ରେ ପାଞ୍ଚ ଲକ୍ଷ ବିଜେପି ସଦସ୍ୟ କରିବାକୁ ଶ୍ରୀପାଣି ପରାମର୍ଶ ଦେଇଥିଲେ |ବିଜେପି ରାଜ୍ୟ ସମ୍ପାଦିକା ତଥା ଅନୁଗୁଳ ଜିଲ୍ଲା ସଦସ୍ୟତା ଅଭିଯାନ ର ପ୍ରଭାରୀ ସିପ୍ରା ବାଜପେୟୀ ଯୋଗଦେଇ ସମସ୍ତ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରିବା ସହ ଶକ୍ତିକେନ୍ଦ୍ର ଓ ବୁଥ ସ୍ତରରେ ଘରକୁ ଘର ଯାଇ ବିଜେପି କାର୍ଯ୍ୟକର୍ତା ମାନେ ସଦସ୍ୟତା କରିବା ଉପରେ ଆଲୋକପାତ କରିଥିଲେ |ଅନୁଗୁଳ ଜିଲ୍ଲା ର ସଦସ୍ୟତା ସହ ପ୍ରଭାରୀ ଭୁବନ ମୋହନ ଜେନା ଯୋଗଦେଇ ସଦସ୍ୟତା ବିଜେପି ର ଆତ୍ମା, ନିଜେ ସଦସ୍ୟତା ଗ୍ରହଣ କରିବା ସହ ପରିବାର ଏବଂ ପ୍ରତି ଘରୁ ବୁଲି ବୁଲି ସଦସ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ |ଡିଜିଟାଲ ମାଧ୍ୟମରେ, 8800002024 ମିସ କଲ ମାଧ୍ୟମରେ, ବିଜେପି ୱେବ ସାଇଟ ରେ, ଏବଂ ଫର୍ମ ପୂରଣ କରି ଏବଂ ନମୋ ଆପ ମାଧ୍ୟମରେ କିଭଳି ସଦସ୍ୟତା କରାଯିବ ତାହା ଟ୍ରେନିଙ୍ଗ ଦିଆଯାଇଥିଲା |ଅନୁଗୁଳ ଜିଲ୍ଲା ବିଜେପି ସଦସ୍ୟତା ର ଜିଲ୍ଲା ପ୍ରମୁଖ ଦିଲ୍ଲୀପ ପ୍ରଧାନ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଆଜିର କର୍ମଶାଳା ରେ ପ୍ରାକ୍ତନ ବିଧାୟକ ରମେଶ ସାଏ, ଜିଲ୍ଲା ସଦସ୍ୟତା ସହ ପ୍ରମୁଖ ସୁଦିପ ଗଡ଼ନାୟକ, ପର୍ଶୁରାମ ବାରିଜ, ଭବାନୀ ଜ୍ୟୋତିଷ ରାୟ, ପ୍ରତିମା ମିଶ୍ର ପ୍ରମୁଖ ସଦସ୍ୟତା ଅଭିଯାନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ |ଆଗାମୀ 26,27,28 ତିନି ଦିନ ଧରି ଜିଲ୍ଲା ର ସମସ୍ତ 31 ଟି. ମଣ୍ଡକ ରେ ଏହିଭଳି ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି |ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ପଦାଧିକାରୀ, ଜିଲ୍ଲା ଟିମ, ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ମଣ୍ଡଳ ସଦସ୍ୟତା ପ୍ରମୁଖ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *