ତାଳଚେର ଭୁବନେଶ୍ୱରୀ କ୍ଷେତ୍ରର BCML/SIPL କମ୍ପାନୀରେ କାର୍ଯ୍ୟରତ ଥିବା ୰ନିରଞ୍ଜନ ଜେନା ନିଜ କାର୍ଯ୍ୟସ୍ଥଳକୁ ଯିବା ସମୟରେ ଅଚେତ ଅବସ୍ଥାରେ ଖସି ପଡ଼ିଥିଲେ ତାଙ୍କୁ ତୁରନ୍ତ ପବିତ୍ର ମହୋନ ପ୍ରଧାନ ସରକାରୀ ଚିକିତ୍ସାଳୟଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଚିକିତ୍ସାଳୟରେ ପହଞ୍ଚି MCL କର୍ତ୍ତୃପକ୍ଷ, BCML/SIPL କମ୍ପାନୀ କତୃପକ୍ଷ ଙ୍କ ଉପସ୍ଥିତିରେ ତାଙ୍କ ପରିବାର ବର୍ଗଙ୍କୁ ୨୪ ଲକ୍ଷ ୬୨ ହଜାର ୪୭୫ ଟଙ୍କା BCML/SIPL କମ୍ପାନୀ ଦ୍ବାରା ପ୍ରଦାନ କରାଗଲା ଏବଂ ଅନେଷ୍ଟିକ୍ରୀୟା ବାବଦ କୁ ମୃତକ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଗଲା ଓ ମୃତକଙ୍କ ଝିଅ ଜ୍ୟେସ୍ନାରାଣୀ ଜେନାଙ୍କୁ BCML/SIPL କମ୍ପାନୀରେ ନିଯୁକ୍ତି ଦେବା ପାଇଁ ନିଷ୍ପତି ନିଆଯାଇଥିଲା ।

