• Tue. Nov 11th, 2025

ମାର୍ଚ୍ଚ ୨୫ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ତାଳଚେର ଗସ୍ତ

ByDaman TV

Mar 24, 2024
Spread the love


ଦମନ ଟିଭିନ୍ୟୁଜ -ଅନୁଗୁଳ/ତାଳଚେର:ତା ୨୪/୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାର୍ଚ୍ଚ ୨୫ ସୋମବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି।ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନ ୧୨ ଟାରେ ତାଳଚେର ଗୋପାଳ ପ୍ରସାଦ ସ୍ଥିତ ଜଗତ ଜନନୀ ମା ହିଙ୍ଗୁଳା ଠାକୁରାଣୀ ଙ୍କ ମନ୍ଦିରରେ ପହଂଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ।ସେଠାରୁ କିଛି ସମୟ ପାଇଁ ଦିନଦୟାଲ ନଗର ଯାଇ ଅନୁଗୁଳ ଆସି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ରମନ୍ତ୍ରୀ ଙ୍କର ଉକ୍ତ ଗସ୍ତ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *