ହିନ୍ଦୋଳ(୨୩/୧୨/୨୪)-ଢେଙ୍କାନାଳ ଜିଲ୍ଲା ପୂର୍ବତନ ସାଂସଦ ମହେଶ ସାହୁ ଆଜି ନିଜ ନିର୍ବାଚନମଣ୍ଡଳୀ ହିନ୍ଦୋଳରେ ମୃତ୍ୟୁବରଣ କରିଥିବା ବିଭିନ୍ନ ଜନତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ନିଜର ହିନ୍ଦୋଳ ଗ୍ରସ୍ତରେ ପୂର୍ବତନ ଢେଙ୍କାନାଳର ଜନପ୍ରିୟ ସାଂସଦ, ତଥା ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ ହିନ୍ଦୋଳ ଏନଏସି ୱାର୍ଡନଂ୭ର କାଉନସିଲର ବିଷ୍ଣୁପ୍ରିୟା ନାଏକଙ୍କ ଶଶୁର ପରଲୋକ ଗତ ସମାଜସେବୀ ସ୍ବର୍ଗତ ରତ୍ନାକର ନାଏକଙ୍କ ଏକାଦଶାହରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସୁଖଦୁଃଖ ବୁଝିଥିଲେ। ସେହିପରି ହିନ୍ଦୋଳ ଏନଏସି ୱାର୍ଡନଂ ୫ଧୁନ୍ଦିନlଳୀର ଉଦୟମାନ ଯୁବକ ତଥା ଶୁଭ୍ରଂlଶୁ ଦାସଙ୍କ ପୁତ୍ର ସ୍ବର୍ଗତ ସୌଭାଗ୍ୟ ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ତାଙ୍କ ବାସଭବନକୁ ଯାଇ ଶୋକଶନ୍ତ୍ରପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇ ଶୋକପ୍ରକାଶ କରିଥିଲେ ଏବଂ ତତ୍ପରେ ହିନ୍ଦୋଳ ଏନଏସି ୱାର୍ଡନଂ ୧୧ନୂତନପଟଣା ଗ୍ରାମର ମକରା ମହାପାତ୍ରଙ୍କ ବାସଭବନକୁ ଯାଇ ନିକଟରେ ପରଲୋକ ଗମନ କରିଥିବା ତାଙ୍କ ପତ୍ନୀ ସ୍ବର୍ଗତ ଜେମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ସାରା ଓଡ଼ିଶାର ଜଣାଶୁଣା ଜନନେତା ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସୁଖର ଦୁଃଖର ସାଥି ମହେଶ ସାହୁ କ୍ଷମତାରେ ଥିଲେ ଯେପରି ଜନସାଧାରଣଙ୍କ ସହ ମିଶୁଥିଲେ ଏବେ ନିର୍ବାଚନରେ ହାରିଥିଲେ ମଧ୍ୟ ଦୈନନ୍ଦିନ ପୂର୍ବବତ ଜନସାଧାରଣଙ୍କ ସୁଖଦୁଃଖରେ ଆସି ଯୋଗଦାନ କରୁଥିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି ଏବଂ ପ୍ରତ୍ୟେକ ସପ୍ତାହରେ ଦଳୀୟ ସତମାଇଲ କାର୍ଯ୍ୟାଳୟରେ ଜନସାଧାରଣଙ୍କ କଥା ବୁଝୁଛନ୍ତି lଯାହା ଫଳରେ ସାରା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଚର୍ଚ୍ଚା ହିନ୍ଦୋଳ ଜନସାଧାରଣଙ୍କ ନେତା ମହେଶ ସାହୁ ହିଁ ହିନ୍ଦୋଳ ବାସୀଙ୍କ ଭରସା। ଆଜିର ଏହି କାର୍ଯ୍ୟକ୍ରମରେ ମହେଶଙ୍କ ସହ ସଭ୍ୟ ସଂଗ୍ରହ ହିନ୍ଦୋଳ କୋର୍ଡିନେଟର ସଂଯୁକ୍ତା ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ରାଜ୍ୟ ଯୁବବିଜେଡି ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଯୁବବିଜେଡି ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ, ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, କାଉନସିଲର ବିଷ୍ଣୁପ୍ରିୟା ନାଏକ, ଅନୁପମା ସାହୁ, ବନିତା ଦାସ,ଆଇଟି ସେଲର ଶ୍ରୀକାନ୍ତ ମହାପାତ୍ର,ପୂର୍ବତନ ସମିତି ସଭ୍ୟ ବୁଦ୍ଧଦେବ ନାଏକ,ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l
Oplus_131072 